ପୋଷିିନପାରି କଅଁଳା ଝିଅକୁ ବିକିଦେଲେ ବାପା, ମା’ ; ପାଟଣାଗଡରେ ଶିଶୁ ବିକ୍ରି ଅଭିଯୋଗ

ପାଟଣାଗଡ଼ରେ ଶିଶୁ ବିକ୍ରି ଅଭିଯୋଗ । ଖପ୍ରାଖୋଲ ବ୍ଲକ ସାନଗୁର୍ଜିଭଟା ଗାଁରେ ଅଭାବନୀୟ ଘଟଣା । ପୁଲିସ ଓ ଶିଶୁ ସୁରକ୍ଷା ଟିମର ତଦନ୍ତ । ବିକ୍ରି ନୁହେଁ, ସମ୍ପର୍କୀୟଙ୍କୁ ଶିଶୁ ଦେଇଥିବା କହିଲେ ପରିବାର ଲୋକେ ।

aaaaaaaaaaaaaaaaaaaa

କନକ ବ୍ୟୁରୋ: ଗରିବିର କରୁଣ ଚିତ୍ର, ପୋଷି ନପାରି ଅନ୍ୟକୁ ଟେକି ଦେଲେ ନବଜାତ ଶିଶୁ କନ୍ୟା । ଏପରି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ସାନଗୁର୍ଜିଭଟା ଗାଁର ପାଲିପଡ଼ାରେ । 

ସାନଗୁର୍ଜିଭଟା ପାଲିପଡ଼ାର ଅମୃତ ନାଗ ଓ ଅରୁଣାବତୀ ନାଗଙ୍କ ପୂର୍ବରୁ ୫ ଟି ପୁଅଝିଅ ଥିବାବେଳେ ପେଟପୋଷିବା ପାଇଁ ବାହାର ରାଜ୍ୟକୁ ପ୍ରତିବର୍ଷ ଯିବାକୁ ପଡିଥାଏ ପରିବାର କୁ।ଗତ ୨ତାରିଖରେ ଅରୁଣାବତୀ ସୁନାମୁଦୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଏକ ଶିଶୁକନ୍ୟା ଜନ୍ମଦେଇଥିବା ବେଳେ ତା ପରଦିନ ଆଶା କର୍ମୀ ଆସି ଦେଖିଲା ବେଳକୁ ଶିଶୁକନ୍ୟା ନଥିବାରୁ ପଚାରିବାରୁ ଦାରିଦ୍ର୍ୟ ପାଇଁ ତାଙ୍କ ନିଃସନ୍ତାନ ସମ୍ପର୍କୀୟଙ୍କୁ ଶିଶୁକୁ ଟେକିଦେଇଥିବା କହିଥିଲେ । ଆଶାକର୍ମୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ବେଳେ ଅଞ୍ଚଳରେ ଶିଶୁକନ୍ୟା କୁ ବିକ୍ରି କରିଦେଇଥିବା ଚର୍ଚ୍ଚା ଜୋର ଧରିଥିଲା । ଆଜି ଶିଶୁସୁରକ୍ଷା ଅଧିକାରୀ ଓ ପୋଲିସ ଗାଁ ରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ତିନିଦିନ ମଧ୍ୟରେ ଶିଶୁକନ୍ୟା କୁ ପ୍ରଶାସନକୁ ହସ୍ତାନ୍ତର କରିବେ ବୋଲି ଶିଶୁସୁରକ୍ଷା ଅଧିକାରୀ ଙ୍କୁ ଲିଖିତ ପ୍ରତିଶୃତି ଦେଇଛନ୍ତି ମା’ ଅରୁଣା ବତୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe