ମହାକୁମ୍ଭରେ ସୁରକ୍ଷା ତ୍ରୁଟି ଅଭିଯୋଗ । କିନ୍ନର ଆଖାଡାର ମହାମଣ୍ଡଳେଶ୍ବର କଲ୍ୟାଣୀ ନନ୍ଦ ଗିରିଙ୍କ ଉପରେ ଛୁରାମାଡ ସୂଚନା।

Advertisment

କିନ୍ନର ଆଖାଡାର ମହାମଣ୍ଡଳେଶ୍ବର କଲ୍ୟାଣୀ ନନ୍ଦ ଗିରିଙ୍କ ଉପରେ ଛୁରାମାଡ ସୂଚନା । କାରଣ ଅସ୍ପଷ୍ଟ, ଆକ୍ରମଣକାରୀକୁ ଖୋଜୁଛି ପୁଲିସ ।

କିନ୍ନର ଆଖାଡାର ମହାମଣ୍ଡଳେଶ୍ବର କଲ୍ୟାଣୀ ନନ୍ଦ ଗିରିଙ୍କ ଉପରେ ଛୁରାମାଡ ସୂଚନା । କାରଣ ଅସ୍ପଷ୍ଟ, ଆକ୍ରମଣକାରୀକୁ ଖୋଜୁଛି ପୁଲିସ ।

ମହାକୁମ୍ଭରେ ମାତାଙ୍କୁ ଛୁରାମାଡ଼!

ମହାକୁମ୍ଭରେ ମାତାଙ୍କୁ ଛୁରାମାଡ଼! Photograph: (kanaknews)

କନକ ବ୍ୟୁରୋ : ମହାକୁମ୍ଭରେ ପ୍ରଥମ ଦଳାଚକଟା, ପରେ ଅଗ୍ନିକାଣ୍ଠ ଆଉ ଏବେ ଆସିଛି ଆକ୍ରମଣର ଖବର । କିନ୍ନର ଆଖାଡାର ମହାମଣ୍ଡଳେଶ୍ବର କଲ୍ୟାଣୀ ନନ୍ଦ ଗିରିଙ୍କ ଉପରେ ଛୁରାମାଡ ଅଭିଯୋଗ ହୋଇଛି । ଦୁବୁର୍ତ୍ତଙ୍କ ନିକଟରୁ ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ୪ଜଣ ଶିଷ୍ୟ ଗମ୍ଭୀର ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ କିନ୍ନର ଆଖାଡାର ମହାମଣ୍ଡଳେଶ୍ବର ସଦସ୍ୟମାନେ ଶିବିରକୁ ଫେରିବା ସମୟରେ ୬ରୁ ଅଧିକ ଯୁବକ ଆର୍ଶୀବାଦ ନେବାକୁ ପହଁଚିଥଲେ । ବାହାନା କରି କଲ୍ୟାଣୀ ନନ୍ଦଙ୍କ ନିକଟକୁ ଆସି ପ୍ରଥମେ ବଚାସା ଓ ପରେ ଛୁରାମାଡ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି  ।ସମସ୍ତଙ୍କୁ ପ୍ରୟାଗରାଜ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଆକ୍ରମଣର କାରଣ ସ୍ପଷ୍ଟ ହୋଇନି, ଘଟଣାସ୍ଥଳରେ ପହଁଚି ପୁଲିସ ତନାଘନା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe