କନକ ବ୍ୟୁରୋ : ପୁଣି ଓଲିଉଡରେ ଆସିଲା ସଙ୍ଗୀତ ଚୋରି ଅଭିଯୋଗ । ସାଇବର ଥାନାରେ ଓଲିଉଡ କଣ୍ଠଶିଳ୍ପ ପମି ମିଶ୍ର ଓ ପ୍ରଯୋଜକ କୃଷ୍ଣ ଚନ୍ଦ୍ର ବେହେରା । ୧୪ ବର୍ଷ ତଳର ପୁରୁଣା ଗୀତକୁ ଚୋରି କରିବା ସହ ନିଜର ଦର୍ଶାଇ ଇଉଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରୁଥିବା ଅଭିଯୋଗ ହୋଇଛି । ସାଇ ସାଗର କ୍ରିଏସନ ଓ ପବିତ୍ର ଏଣ୍ଟରଟେଣ୍ଟମେଣ୍ଟ ୟୁଟୁବ୍ ଚ୍ୟାନେଲ ନାଁରେ ସାଇବର ଥାନାରେ ଅଭିଯୋଗ ଦେଇଛନ୍ତି ପମି ମିଶ୍ର।
ସୋସିଆଲ ମିଡିଆରୁ ଗୀତକୁ ଡାଉନଲୋଡ୍ କରି ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ କରିଛନ୍ତି ସ୍ବାମୀ, ସ୍ତ୍ରୀ । ଏଥିସହ ସିଙ୍ଗର, ନିର୍ମାତାଙ୍କ ନାମକୁ ମଧ୍ୟ ବଦଳେଇଛନ୍ତି । ଚ୍ୟାନେଲ ନାମରେ ମାନହାନି ମକଦ୍ଦମା କରିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ପମି ମିଶ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/McMyTGIO5bi9N8tfqF9e.png)