କନକବ୍ୟୁରୋ : ଯାଜପୁରର ବହୁ ପୁରାତନ ଚିତାଳୋ ମହାବିଦ୍ୟାଳୟରେ ଜଣେ ଅଧ୍ୟାପକଙ୍କ କଲେଜ ଛାତ୍ରମାନଙ୍କୁ ଅସଦାଚରଣ ଘଟଣାରେ ନୂଆ ମୋଡ । ପୂର୍ବ ଅଭିଯୋଗକୁ ଭିତ୍ତି କରି ଅଞ୍ଚଳବାସୀ ଉକ୍ତ ଅଧ୍ୟାପକଙ୍କୁ କଲେଜରୁ ବଦଳି ପାଇଁ ଦାବି କରିଥିବା ବେଳେ ପୁନର୍ବାର ଅଧ୍ୟାପକଙ୍କ ବିରୁଦ୍ଧରେ ଜଣେ ଛାତ୍ର ଜିଲ୍ଲା ପ୍ରଶାସନ ଓ ପୁଲିସର ଦ୍ବାରସ୍ଥ ହୋଇଛନ୍ତି । ଘଟଣାକୁ କଲେଜ କର୍ତ୍ତୃପକ୍ଷ ଗୁରୁତ୍ବର ସହ ନେବା ସହ କଲେଜ କର୍ତ୍ତୃପକ୍ଷ ମଧ୍ୟ ପୁରା ଘଟଣା ବାବଦରେ କଲେଜ କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । କଲେଜର ଯୁକ୍ତ ତିନିର ରାଜ‌ନୈତିକ ବିଭାଗରେ ପଢ଼ୁଥିବା ଛାତ୍ର ସେହି ବିଭାଗର ମୁଖ୍ୟ ଅଧ୍ୟାପକଙ୍କ ନାମରେ ‌ଅସଦାଚରଣ ଅଭିଯୋଗ କରିଛନ୍ତି ।

Advertisment

ଅଧ୍ୟାପକ ‌ଅଶାଳୀନ ଇଙ୍ଗିତ କରୁଥିବା ନେଇ ଛାତ୍ର ଜଣକ କଲେଜ କର୍ତ୍ତୃପକ୍ଷ ଓ  ପରିଚାଳନା କମିଟି ସଭାପତି  ତଥା ଉପଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ।  ଅଧ୍ୟାପକ ଛାତ୍ରକୁ ନିଜ ଘରକୁ ଡାକି ଖୁସି କଲେ ଅଧିକ ମାର୍କ ମିଳିବ ବୋଲି କହୁଥିବା ବେଳେ କଥାରେ ରାଜି ନହେଲେ ଫେଲ କରିଦେବାର ଭୟ ‌‌ବୋଲି କହିଥିବା ଛାତ୍ର ଜଣକ ନିଜର ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।  ଯ‌ାହାକି ଘଟଣାକୁ  ଗୁରୁତର ସହ ନେଇ ଜିଲ୍ଲା ପ୍ରଶାସନ ଉପ ଜିଲ୍ଲାପାଳ ଛାତ୍ର ଜଣକ ସହ ବ୍ୟକ୍ତିଗତ ଆଲୋଚନା କରିଛନ୍ତି ।  ଅନ୍ୟ ପଟେ କଲେଜ କର୍ତ୍ତୃପକ୍ଷ ମଧ୍ୟ ଅଭିଯୋଗର ଗୁରୁତ୍ବକୁ ବୁଝି ଏକ ୫ ଜଣିଆ ଅନ୍ତଃକମିଟି ଗଠନ କରି ଅଭିଯୋଗର ତଦନ୍ତ ପାଇଁ ପକ୍ରିୟା ଆରମ୍ଭ କରିଛନ୍ତି ।