କନକ ବ୍ୟୁରୋ: ଗୋପ ବ୍ଲକ୍‌ ନାଗପୁର ପଞ୍ଚାୟତରେ ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ୍ ଅଭିଯୋଗ । ନାଗପୁର ପଞ୍ଚାୟତର ହରିଜନ ସାହି ଠାରୁ ମଲ୍ଲିକ ସାହି ପର୍ଯ୍ୟନ୍ତ ୧୦ ବର୍ଷ ହେଲାଣି କଂକ୍ରିଟ୍‌ ରାସ୍ତା ଅଛି । ହେଲେ ୨୦୨୨ରେ ସେହି ରାସ୍ତା ଉପରେ ମାଟି ରାସ୍ତା ନିର୍ମାଣ ହୋଇଥିବା ଦର୍ଶାଇ ୯୮ ହଜାର ୧୨୪ ଟଙ୍କାର ବିଲ୍‌ ହୋଇଛି । କଂକ୍ରିଟ୍ ରାସ୍ତା ଉପରେ ମାଟି ରାସ୍ତା ନିର୍ମାଣ ନେଇ ବିଲ୍‌ କେମିତି ହେଲା ବୋଲି ପ୍ରଶ୍ନ ଉଠିଛି ।

Advertisment

ସେହିପରି ୨୦୨୫ରେ ନାଗପୁର ବାଳିକା ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆ ଉନ୍ନତୀକରଣ ବାବଦରେ ବିଲ୍‌ ହୋଇଛି ୨ ଲକ୍ଷ ୧୦ ହଜାର ୪୮୩ ଟଙ୍କା । ହେଲେ ବିଦ୍ୟାଳୟ ପରିସର ଖେଳ ପଡ଼ିଆରେ ମାଟି ମୁଠାଏ ବି ପଡ଼ିନଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ । ଏହି ଦୁର୍ନୀତିରେ ବ୍ଲକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସରପଞ୍ଚଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ସମାଜସେବୀ  । ଏବଂ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । କେବଳ ଯେ ଏହି ଦୁଇଟି ପ୍ରକଳ୍ପ ନୁହେଁ ନାଗପୁର ପଞ୍ଚାୟତରେ ସଂଖ୍ୟାଧିକ ମିଥ୍ୟା ବିଲ୍ କରାଯାଇଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।