ପୁଣି ଆର୍‌ଆଇ ମେନ୍‌ ପରୀକ୍ଷା ବିବାଦ: ସମାନ ଢାଞ୍ଚାକୁ ନେଇ ପରୀକ୍ଷାର୍ଥୀଙ୍କ ପ୍ରଶ୍ନ

Advertisment

ଆରଆଇ ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ପରୀକ୍ଷା ଦାୟିତ୍ବରେ ଥିବା ସଂସ୍ଥା ଓ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ? ବୋଲି ପ୍ରଶ୍ନ କରାଯାଇଛି । ଚାକିରି ବିକିବାକୁ ଷଡ଼୍‌ଯନ୍ତ୍ର ଚାଲିଥିବା ଅଭିଯୋଗ ହୋଇଛି । ବ୍ୟବସ୍ଥାରେ  ପରିବର୍ତ୍ତନ ସହିତ ଗୋଟିଏ ସିଫ୍ଟରେ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଦାବି କରାଯାଇଛି ।

RI EXAM

RI EXAM Photograph: (KANAK NEWS)

କନକ ବ୍ୟୁରୋ: ଆରଆଇ ଏବଂ ଅମିନ ନିଯୁକ୍ତି ପାଇଁ ଆୟୋଜିତ ଅନଲାଇନ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିଥିଲା । ପରେ ସବୁ ପରୀକ୍ଷାର୍ଥୀଙ୍କୁ ପ୍ରିଲିମିନାରି ପାସ୍ କରାଇ ଦିଆଗଲା । ଏବେ ମେନ୍ ପରୀକ୍ଷା ପରୀକ୍ଷା ହେବାକୁ ଯାଉଛି । ଆଉ ଏଥର ମଧ୍ୟ ସମାନ ଢାଞ୍ଚାରେ ପରୀକ୍ଷା ହେବ । ତେଣୁ ପୁଣି ଅନିୟମିତତା ଆଶଙ୍କା ପ୍ରକାଶ ପାଇଛି । ମେଧାବୀଙ୍କୁ ମାନସିକ ନିର୍ଯାତନା ଦେଇ ଚାକିରି ବିକ୍ରି ଉଦ୍ୟମ ହେଉଥିବା ଅଭିଯୋଗ ଆଣିଛନ୍ତି ଆଶାୟୀ । ପରୀକ୍ଷା ଅନ୍‌ଲାଇନ୍‌ ହେବା ସହ ପ୍ରିଲିମନାରି ପରୀକ୍ଷା କରିଥିବା ସଂସ୍ଥା ହିଁ ପରୀକ୍ଷା କରିବ, ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରୀକ୍ଷାର୍ଥୀ ।  

ଆରଆଇ ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ପରୀକ୍ଷା ଦାୟିତ୍ବରେ ଥିବା ସଂସ୍ଥା ଓ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ? ବୋଲି ପ୍ରଶ୍ନ କରାଯାଇଛି । ଚାକିରି ବିକିବାକୁ ଷଡ଼୍‌ଯନ୍ତ୍ର ଚାଲିଥିବା ଅଭିଯୋଗ ହୋଇଛି । ବ୍ୟବସ୍ଥାରେ  ପରିବର୍ତ୍ତନ ସହିତ ଗୋଟିଏ ସିଫ୍ଟରେ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଦାବି କରାଯାଇଛି । ତେବେ ଏଥର ପରୀକ୍ଷା ଠିକ୍ ହେବ ବୋଲି ରାଜସ୍ବ ମନ୍ତ୍ରୀ  ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ଦାବି ପୂରଣ ନହେଲେ ଆସନ୍ତା ୪ ତାରିଖରୁ ଆଶାୟୀ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe