କନକ ବ୍ୟୁରୋ: ଆରଆଇ ଏବଂ ଅମିନ ନିଯୁକ୍ତି ପାଇଁ ଆୟୋଜିତ ଅନଲାଇନ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିଥିଲା । ପରେ ସବୁ ପରୀକ୍ଷାର୍ଥୀଙ୍କୁ ପ୍ରିଲିମିନାରି ପାସ୍ କରାଇ ଦିଆଗଲା । ଏବେ ମେନ୍ ପରୀକ୍ଷା ପରୀକ୍ଷା ହେବାକୁ ଯାଉଛି । ଆଉ ଏଥର ମଧ୍ୟ ସମାନ ଢାଞ୍ଚାରେ ପରୀକ୍ଷା ହେବ । ତେଣୁ ପୁଣି ଅନିୟମିତତା ଆଶଙ୍କା ପ୍ରକାଶ ପାଇଛି । ମେଧାବୀଙ୍କୁ ମାନସିକ ନିର୍ଯାତନା ଦେଇ ଚାକିରି ବିକ୍ରି ଉଦ୍ୟମ ହେଉଥିବା ଅଭିଯୋଗ ଆଣିଛନ୍ତି ଆଶାୟୀ । ପରୀକ୍ଷା ଅନ୍ଲାଇନ୍ ହେବା ସହ ପ୍ରିଲିମନାରି ପରୀକ୍ଷା କରିଥିବା ସଂସ୍ଥା ହିଁ ପରୀକ୍ଷା କରିବ, ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରୀକ୍ଷାର୍ଥୀ ।
ଆରଆଇ ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ପରୀକ୍ଷା ଦାୟିତ୍ବରେ ଥିବା ସଂସ୍ଥା ଓ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ? ବୋଲି ପ୍ରଶ୍ନ କରାଯାଇଛି । ଚାକିରି ବିକିବାକୁ ଷଡ଼୍ଯନ୍ତ୍ର ଚାଲିଥିବା ଅଭିଯୋଗ ହୋଇଛି । ବ୍ୟବସ୍ଥାରେ ପରିବର୍ତ୍ତନ ସହିତ ଗୋଟିଏ ସିଫ୍ଟରେ ଅଫ୍ଲାଇନ୍ ପରୀକ୍ଷା ପାଇଁ ଦାବି କରାଯାଇଛି । ତେବେ ଏଥର ପରୀକ୍ଷା ଠିକ୍ ହେବ ବୋଲି ରାଜସ୍ବ ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ଦାବି ପୂରଣ ନହେଲେ ଆସନ୍ତା ୪ ତାରିଖରୁ ଆଶାୟୀ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/07/01/ri-exam-2025-07-01-20-28-47.jpg)