ସୁନ୍ଦରଗଡରୁ ଗୋଆକୁ ବେଆଇନ୍ ମାନବ ଚାଲାଣ, ଦଲାଲ୍ ଓ ଶ୍ରମ ବିଭାଗ ମଧୁଚନ୍ଦ୍ରକା କାରବାର ଚାଲିଥିବା ଅଭିଯୋଗ

Advertisment

ସୁନ୍ଦରଗଡ ଜିଲ୍ଲାରୁ ଗୋଆକୁ ମାଛ ମାରିବା ପାଇଁ ବେଆଇନ ଶ୍ରମିକ ଚାଲାଣ କରାଯାଉଛି । ସେନେଇ କନକ ନିୟୁଜ ଅନେକ ଗ୍ରାଉଣ୍ଡ ଜିରୋରୁ ଖବର ଆପଣଙ୍କୁ ଦେଖାଇଛି । ସୁନ୍ଦରଗଡ଼ ଭଷ୍ମା ଥାନା ଅଂଚଳର ବଡବାହାଲରୁ ହେଉ କି ସଦର ଥାନା କିରେଇରୁ । ହେଲେ ଏବେ ଚିତ୍ର ଆସିଛି ସୁନ୍ଦରଗଡ ସହରରୁ ।

sundargada

କନକବ୍ୟୁରୋ: ସୁନ୍ଦରଗଡ ଜିଲ୍ଲାରୁ ଗୋଆକୁ ମାଛ ମାରିବା ପାଇଁ ବେଆଇନ ଶ୍ରମିକ ଚାଲାଣ କରାଯାଉଛି। ସେନେଇ କନକ ନିୟୁଜ ଅନେକ ଗ୍ରାଉଣ୍ଡ ଜିରୋରୁ ଖବର ଆପଣଙ୍କୁ ଦେଖାଇଛି । ସୁନ୍ଦରଗଡ଼ ଭଷ୍ମା ଥାନା ଅଂଚଳର ବଡବାହାଲରୁ ହେଉ କି ସଦର ଥାନା କିରେଇରୁ , ହେଲେ ଏବେ ଚିତ୍ର ଆସିଛି ସୁନ୍ଦରଗଡ ସହରରୁ । ଦଲାଲ୍ ଓ ଶ୍ରମ ବିଭାଗ ମିଶି ଶ୍ରମିକମାନଙ୍କୁ ବେଆଇନ ଭାବରେ ଚାଲାଣି କରୁଛନ୍ତି । 

ଗୋଆରୁ ଆସିଥିବା ଦଲାଲ୍ ଓ ସୁନ୍ଦରଗଡର ଦଲାଲ୍ କୌଣସି ଚୋରାବାଟ ନୁହେଁ, ବରଂ ନିର୍ଭୟରେ ସୁନ୍ଦରଗଡ ସହର ଉପରୁ ଶ୍ରମିକ ଚାଲାଣ କରୁଛନ୍ତି । ସୁନ୍ଦରଗଡ ପୋଷ୍ଟ ଅଫିସ ଛକରେ ଲାଗୁଛି ଗୋଆ ବସ  । ଏଠାରୁ ଶ୍ରମିକମାନଙ୍କୁ ଗୋଆରେ ରାଙ୍ଗୀନ ଦୁନିଆ ସହିତ ଅଧିକ ଟଙ୍କାର ଲୋଭ ଦେଖାଇ ଚାଲାଣ କରାଯାଉଛି । 

ହେଲେ କେବଳ ଯୁବକମାନଙ୍କୁ ନୁହଁ ଏଥିରେ ଅନେକ ନାବାଳକ ମଧ୍ୟ ଯାଉଛନ୍ତି। ହେଲେ ଏଠି ପ୍ରଶ୍ନ ଉଠୁଛି ଜିଲ୍ଲା ମୁଖ୍ୟାଳୟରୁ ବେଧଡକ ଭାବରେ ଯୁବକ ଓ ନାବାଳକଙ୍କୁ ଚାଲାଣ ହେଉଥିବା ବେଳେ ଶ୍ରମ ବିଭାଗ କରୁଛି କଣ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe