ଆଶାକର୍ମୀଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବିରେ ମୃତଦେହ ରଖି ପରିବାର ଓ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

Advertisment

ନବରଙ୍ଗପୁର ଉମରକୋଟରୁ ଆସିଲା ଅଭାବନୀୟ ଦୃଶ୍ୟ ।

ନବରଙ୍ଗପୁର ଉମରକୋଟରୁ ଆସିଲା ଅଭାବନୀୟ ଦୃଶ୍ୟ ।

ଆଶାକର୍ମୀଙ୍କ ମୃତ୍ୟୁରୁ ଉତ୍ତେଜନା

ଆଶାକର୍ମୀଙ୍କ ମୃତ୍ୟୁରୁ ଉତ୍ତେଜନା Photograph: (KanakNews)

କନକ ବ୍ୟୁରୋ:  ଚିକିତ୍ସା ଅବହେଳାରୁ ଗର୍ଭବତୀ ଆଶାକର୍ମୀଙ୍କ ମୃତ୍ୟୁ। ରାଜରାସ୍ତାରେ ମୃତଦେହ ରଖି ପରିବାର ଗ୍ରାମବାସୀଙ୍କ କ୍ଷତି ପୂରଣ ଦାବି। ନବରଙ୍ଗପୁର ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଗୋଟିଏ ଅଭାବନୀୟ ଘଟଣା। ପ୍ରସବ ପାଇଁ ଉମରଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବାସନୀ ଗାଁ ଆଶାକର୍ମୀ ଦୟମତି ଭତ୍ରାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଗତକାଲି ଅପରାହ୍ନରେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଉପକଣ୍ଠ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଘଣ୍ଟା ଚିକିତ୍ସା କରି ପରେ ନବରଙ୍ଗପୁରକୁ ରେଫର କରାଯାଇଥିଲା ।

 ନବରଙ୍ଗପୁର ଯିବା ସମୟରେ ରାସ୍ତାରେ ସେ ମୃତ୍ୟୁବରଣ କରିଥିଲେ। ଏହାକୁ ନେଇ ବର୍ତ୍ତମାନ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଆଶା କର୍ମୀଙ୍କ ପରିବାର ଏବଂ ଭାଷା ସଂଘ ପକ୍ଷରୁ ଏହି ଘଟଣାକୁ ନେଇ ଚିକିତ୍ସା କରୁଥିବା ଚିକିତ୍ସକ ସାଗରୀକା ସ୍ୱାଇଁଙ୍କୁ ଦାୟୀ କରିଛନ୍ତି। ଚିକିତ୍ସକଙ୍କର ଅବହେଳା ଯୋଗୁ ଅକାଳରେ ଆଶାକର୍ମୀ ମୃତ୍ୟୁ ହୋଇଥିବା କହିଛନ୍ତି। ଘଟଣା ପରେ ଉମରକୋଟ ଡିଏନକେ ମେଡିକାଲ ଛକଠାରେ ମୃତ ଆଶା କର୍ମୀଙ୍କ ଶବ ରଖି କ୍ଷତି ପୂରଣ ଦାବି କରିଛନ୍ତି। ତୁରନ୍ତ ଚିକିତ୍ସକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଆଶାକର୍ମୀ ଜଣେ ସରକାରୀ କର୍ମଚାରୀ ହୋଇଥିବା ଯୋଗୁ କେନ୍ଦ୍ର ସରକାର ପକ୍ଷରୁ ୫୦ ଲକ୍ଷ ଏବଂ ରାଜ୍ୟ ସରକାର ପକ୍ଷରୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe