କନକ ବ୍ୟୁରୋ:  ସୁଭଦ୍ରା ଯୋଜନାରେ ସାଇବର ଠକେଇର ଅଭିଯୋଗ । ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିନାହିଁ, ଆସୁଛି ଫେକ୍ କଲ । ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଜଣେ ବ୍ୟକ୍ତିଙ୍କ ପାଖକୁ ଏପରି ଏକ ଫେକ୍ କଲ ଆସିଥିଲା । ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି କି ନାହିଁ, ପଚରାଯାଇଥିଲା । ଆଉ ଲିଙ୍କରେ କ୍ଲିକ୍ କଲେ ସୁଭଦ୍ରା ଯୋଜନାର ଟଙ୍କା ମିଳିଯିବ ବୋଲି କୁହାଯାଉଛି । ସେହି ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୨ହାଜର ୫୦୦ ଟଙ୍କା କଟି ଯାଇଛି । ତେଣୁ ଏଭଳି ସାଇବର ଠକେଇରୁ ଦୂରେଇ ରହିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସୁଭଦ୍ରା ଯୋଜନା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଫୋନ କିମ୍ବା ଲିଙ୍କ ଯିବ ନାହିଁ । ଫୋନ କଲ ଏବଂ ଲିଙ୍କ ଆଦି ଉପରେ ଧ୍ୟାନ ଦେଲେ ସାଇବର ଠକେଇର ଶିକାର ହୋଇଯିବେ । ଏ ସବୁ କିଛି କରନ୍ତୁ ନାହିଁ, ସୁଭଦ୍ରା ଟଙ୍କା ମହିଳାଙ୍କ ଆକାଉଣ୍ଟରେ ସିଧାସଳଖ ଡିବିଟି ମାଧ୍ୟମରେ ପହଞ୍ଚିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।