ବିପିଏସସି ଚୟନ ପ୍ରକ୍ରିୟାରେ ମହାଦୁର୍ନୀତି ଅଭିଯୋଗ । ବିହାରରେ ତେଜିଲା ବିଶାଳ ଛାତ୍ର ଆନ୍ଦୋଳନ

Advertisment
55555555555

úøø~4545 Photograph: (eòêe1587)

କନକ ବ୍ୟୁରୋ :  ବିହାରରେ ବିଭିନ୍ନ କ୍ଷେତ୍ରରେ କରାଯାଉଥିବା ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନିତୀ ଅଭିଯୋଗ ନେଇ ରାଜରାସ୍ଥାକୁ ଓଲ୍ହାଇଛନ୍ତି ଛାତ୍ରଛାତ୍ରୀ । ଗତ ଦୁଇ ଦିନ ଧରି ଏହି ପ୍ରଦର୍ଶନ ଆହୁରି ତୀବ୍ର ହୋଇଛି । ବିହାରର ରାଜଧାନୀ ପାଟନା ସମେତ ବିଭିନ୍ନ ଜିଲ୍ଲାରେ ଆଶାୟୀ ମାନେ ଆମରଣ ଅନଶନ ସହ ପ୍ରଦର୍ଶନ କରିଛନ୍ତି । ୭୦ ତମ ବିପିସିଏସ ପରୀକ୍ଷାରେ ମହାଘୋଟାଲା ଅଭିଯୋଗ ଆଣିଛନ୍ତି ଛାତ୍ରମାନେ ।

ଭଳି ସଙ୍ଗୀନ  ଅଭିଯୋଗ ଆଣିଛନ୍ତି ଆଶାୟୀ ମାନେ । ଯାହାକୁ ପରୀକ୍ଷା ପୁଣିଥରେ ସ୍ବଚ୍ଛତାର ସହ କରିବା ପାଇଁ କରିଛନ୍ତି ଦାବି । ଯାହାକୁ ନେଇ ପ୍ରଦର୍ଶନ ବେଳେ ପୁଲିସ ଓ ଛାତ୍ରଛାତ୍ରୀ ମୁହାଁମୁହିଁ ହୋଇଛନ୍ତି । ଅନେକ ଛାତ୍ରଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଥିବା ଜଣାପଡିଛି ।

ପରୀକ୍ଷାରେ ଅନିୟମିତା ନେଇ ପ୍ରଦର୍ଶନରତ ଛାତ୍ରଛାତ୍ରୀଙ୍କୁ ମିଳିଛି ବିରୋଧୀଙ୍କ ସମର୍ଥନ । ବିହାର ସ୍ବାଧୀନ ସାଂସଦ ପପୁ ଯାଦବ ଛାତ୍ରମାନଙ୍କୁ ଭେଟି ସମର୍ଥନ ଜଣାଇବା ସହ ନୀତିଶ ସରକାରଙ୍କୁ ଘେରିଛନ୍ତି । ବିଜେପି ଓ ଜେଡିୟୁ ଛାତ୍ରମାନଙ୍କ ସହ ଅନ୍ୟାୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ବିଜେପି ସାଙ୍ଗରେ ପଡି ଏଭଳି ଅରାଜକତା କରୁଥିବା କହିଛନ୍ତି ପପୁ ଯାଦବ । ସେହିପରି ଚର୍ଚ୍ଚିତ ଶିକ୍ଷାବିତ୍ ଖାନ୍ ସାର ମଧ୍ୟ ଅନଶନରତ ଛାତ୍ରଛାତ୍ରୀଙ୍କୁ ଭେଟି ଲଢେଇ ଜାରି ରଖିବାକୁ କହିଛନ୍ତି । ଆଶାୟୀ ମାନଙ୍କୁ  ନ୍ୟାୟ ଦେବା ପାଇଁ ସୁପ୍ରିମକୋର୍ଟରେ ମାମଲା କରିବେ ବୋଲି କହିଛନ୍ତି ।

 ସେପଟେ ପ୍ରଦର୍ଶନକୁ ନେଇ ବିହାର ପୁଲିସ ଅନେକଙ୍କ ବିରୋଧରେ ମାମଲା ରୁଜୁ କରିଛି । ତେବେ ବିହାରର ବିପିଏସପି  ପରୀକ୍ଷା ପ୍ରକ୍ରିୟାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଜେଡିୟୁ ଓ ବିଜେପି ମେଣ୍ଚ ସରକାରକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ।  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe