କନକ ବ୍ୟୁରୋ : ବଲାଙ୍ଗୀ ର ଜିଲ୍ଲା ଟିଟଲାଗଡ଼ରେ ୟୁରିଆ ସାରର କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ସାର ମିଳୁନଥିବାରୁ ଚଢ଼ା ଦରରେ ବିକ୍ରି ହେଉଛି । ଚାଷୀ ମାନେ ଶୋଷଣର ଶିକାର ହେଉଛନ୍ତି । ସାର ନମିଳିବାରୁ ଚାଷ କାମ ଠପ୍ ହୋଇଛି । ବାଦାମ, କପା, ଧାନ, ମକା ଭଳି ଫସଲ ନଷ୍ଟ ହେବାକୁ ବସିଲାଣି । ଖୁବ୍ଶୀଘ୍ର ସାର ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି । ଉଚିତ୍ ସମୟରେ ସାର, ବିହନ ଓ ଜଳସେଚନର ସୁବିଧା ଯୋଗାଇବାରେ ସରକାର ବିଫଳ ହୋଇଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ବଲାଙ୍ଗୀର ଜିଲ୍ଲାକୁ ପ୍ରାୟ ୩୬ ହଜାର ମେଟ୍ରିକ ଟନ୍ ୟୁରିଆ ସାର ଦରକାର । ଯାହାର ଅଧା ପହଞ୍ଚିଥିବାରୁ ଅଭାବ ସୃଷ୍ଟି ହୋଇଛି। ସରକାର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଉଥିବା କହିଛନ୍ତି କୃଷି ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/26/49-2025-08-26-13-54-28.jpg)