କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ାଛାତ୍ରଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗଠନ ହେଲା କମିଟି

Advertisment

କଳିଙ୍ଗ ଷ୍ଟାଡିୟମରେ ସନ୍ତରଣ ହାଇ ପ୍ରଫର୍ମାନ୍ସ ସେଣ୍ଟରରେ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛି କ୍ରୀଡ଼ା ବିଭାଗ । ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଛି ।

Updated On

କଳିଙ୍ଗ ଷ୍ଟାଡିୟମରେ ସନ୍ତରଣ ହାଇ ପ୍ରଫର୍ମାନ୍ସ ସେଣ୍ଟରରେ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛି କ୍ରୀଡ଼ା ବିଭାଗ । ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଛି ।

ଅଦ୍ୟତନ ହୋଇଛି
kalinga stadium

Photograph: (KanakNews )

କନକବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ସନ୍ତରଣ ହାଇ ପ୍ରଫର୍ମାନ୍ସ ସେଣ୍ଟରରେ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛି କ୍ରୀଡ଼ା ବିଭାଗ । ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଛି। କମିଟିରେ ୪ ଜଣ ସଦସ୍ୟ ରହିଛନ୍ତି ।  ଆଡିସନାଲ ସେକ୍ରେଟାରୀ ଅଶୋକ କୁମାର ପଣ୍ଡା, ଡେପୁଟି ସେକ୍ରେଟାରୀ ଅମିତ କୁମାର ନାୟକ, ଓଏସଡି ସୋନାଲି ଚାନ୍ଦ ଓ କ୍ରୀଡ଼ା ବିଭାଗର ଅଣ୍ଡର ସେକ୍ରେଟାରୀ ରୂପାନ୍ବିତା ପଣ୍ଡା ଏହି କମିଟିର ସଦସ୍ୟ ଅଛନ୍ତି  । 

ଏମାନେ ପ୍ରସଙ୍ଗର ତଦନ୍ତ କରି ଶ୍ରୀଘ୍ର କ୍ରୀଡ଼ା ବିଭାଗକୁ ରିପୋର୍ଟ ଦେବେ। ଗତକାଲି ସନ୍ତରଣ ହାଇ ପ୍ରଫର୍ମାନ୍ସ ସେଣ୍ଟର୍ରେ ରହୁଥିବା ଖେଳାଳି ଅଭିଯୋଗ ଆଣିଥିଲେ। ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ମାଡ଼ ମରାଯାଉଥିବା ଅଭିଯୋଗ ଆଣିଥିଲେ। ଖେଳାଳିଙ୍କ ଅଭିଭାବକମାନେ ବି ଅଭିଯୋଗ କରିଥିଲେ ଯେ,  କ୍ରୀଡା ଛାତ୍ରାବାସରେ ରହୁଥିବା ଖେଳାଳିଙ୍କୁ ଅଭ୍ୟାସ ପାଇଁ ସୁଯୋଗ ମିଳୁନାହିଁ କି ପିଲାଙ୍କୁ ଠିକ ଭାବେ ଖାଇବାକୁ ଦିଆଯାଉନାହିଁ । ଏହି ଅଭିଯୋଗ ପରେ ଖେଳାଳିଙ୍କ ସହ ଆଲୋଚନା କରିଥିଲେ କ୍ରୀଡ଼ା ବିଭାଗର ଅଧିକାରୀ। ଏବେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe