ଅବକାରୀ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ; ଚୋରା ମଦ ମାମଲାରେ ଗିରଫ ବ୍ୟକ୍ତିଙ୍କୁ ପିଟି ପିଟି ମାରିଦେଲେ

ରାଉରକେଲା ଅବକାରୀ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ । ବେଆଇନ ମଦ କାରବାର ଘଟଣାରେ ଗିରଫ ଅଭିଯୁକ୍ତକୁ ପିଟିପିଟି ମାରି ଦେଇ ଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ ।

ଅଦ୍ୟତନ ହୋଇଛି
rourkela

Photograph: (kanaknews)

କନକ ବ୍ୟୁରୋ: ରାଉରକେଲା ଅବକାରୀ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ । ବେଆଇନ ମଦ କାରବାର ଘଟଣାରେ ଗିରଫ ଅଭିଯୁକ୍ତକୁ ପିଟିପିଟି ମାରି ଦେଇ ଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ । ସୁନ୍ଦରଗଡ଼ ବୀରମିତ୍ରପୁର ରାଏବଗା ଥାନା ଦଳକି ଗାଁର ରାଜେଶ କୁଜୁରକୁ ଗତକାଲି ଗିରଫ କରିଥିଲା ଅବକାରୀ ପୋଲିସ । ହେଲେ ପରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିଲା ।

ରାଜେଶଙ୍କ ମୃତଦେହକୁ ରାଉରକେଲା ସରକାରୀ ଡାକ୍ତରଖାନା ଶବ ଗୃହରେ ରଖା ଯାଇଛି । ତେବେ ତାଙ୍କ ଦେହରେ ଅନେକ କ୍ଷତ ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜେଶଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଅବକାରୀ ପୋଲିସ ପିଟିପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ରାଜେଶଙ୍କ ପତ୍ନୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe