କନକ ବ୍ୟୁରୋ: ଯେତିକି ପାଖଉଛି ଦିଲ୍ଲୀ ନିର୍ବାଚନ, ସେତିକି ତେଜୁଛି ବୟାନବାଜି, ବିବାଦ ଓ ବିକ୍ଷୋଭ । କେଜ୍ରିୱାଲଙ୍କ ବିରୋଧରେ ଆଜି ବିଜେପି କରିଛି ପୂର୍ବାଞ୍ଚଳ ମାର୍ଚ୍ଚ । ନିକଟରେ ପୂର୍ବାଞ୍ଚଳ ଭୋଟରଙ୍କୁ ନେଇ ବିଜେପି ଓ ଆପର ମଧ୍ୟରେ କଥାକଟାକଟି ହେବା ପରେ ଏବେ ଏହାକୁ ନିର୍ବାଚନ ପ୍ରସଙ୍ଗ କରିଛି ପ୍ରଦେଶ ବିଜେପି ।

Advertisment

ବିଜେପି-ଆପ୍‌ ମୁହାଁମୁହିଁ
ରାଜଧାନୀରେ ବିଜେପିର ବଡ଼ ପ୍ରଦର୍ଶନ
ବ୍ୟାରିକେଟ ଭାଙ୍ଗିଲେ, ପାଣିମାଡ଼ ଖାଇଲେ

ପୂର୍ବାଞ୍ଚଳ ଭୋଟକୁ ନିର୍ବାଚନୀ ପ୍ରସଙ୍ଗ କରିଛି ବିଜେପି । ଯେଉଁ ଭୋଟ ଆପକୁ ଲଗାତାର ୩ଥର ବିଜୟର କରିବାରେ ବଡ ଭୂମିକା ତୁଳାଇଥିଲା ଏବେ ତାକୁ ହତିଆର କରିଛି ଦିଲ୍ଲୀ ପ୍ରଦେଶ ବିଜେପି । ନିକଟରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ବିଜେପି ଉପରେ ସଂଗୀନ ଅଭିଯୋଗ ଆଣିଥିଲା ଆପ । ବିଜେପିର ଅଭିଯୋଗ ଯେ-

ବିଜେପି ଉପରେ ‘ଆପ୍‌’ର ଅଭିଯୋଗ
ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡର ଜନତାଙ୍କୁ ନକଲି ଭୋଟର କରି ବିଜେପି ଦିଲ୍ଲୀରେ ଅନୁପ୍ରବେଶ କରାଉଛି । ବିଜେପି ବିଧାନସଭା ନିର୍ବାଚନ ପାଇଁ ଭୋଟ ବ୍ୟାଙ୍କ ବଢ଼ାଉଛି ।
ଏକ ଲକ୍ଷ ଭୋଟରଙ୍କ ମଧ୍ୟରେ କିଭଳି ୧୩ହଜାର ନୂଆ ଭୋଟର ଆସିଲେ । 
ରୋହିଙ୍ଗ୍ୟାଙ୍କୁ ଫର୍ଜୀ କାଗଜପତ୍ର ଜରିଆରେ ଭାରତୀୟ ନାଗରିକତା ପ୍ରଦାନ କରୁଛି ବିଜେପି । 

ଆପ୍‌ର ଅଭିଯୋଗକୁ ୨୪ଘଣ୍ଟା ନପୁରୁଣୁ ବିଜେପି ରଣହୁଙ୍କାର ଦେଇଛି । ଶୁକ୍ରବାର ସାରା ରାଜଧାନୀରେ ପୂର୍ବାଞ୍ଚଳ ସମ୍ମାନ ମାର୍ଚ୍ଚ କରି ଆମ ଆଦମୀ ପାର୍ଟିକୁ ପୂର୍ବାଞ୍ଚଳ ବିରୋଧୀର ଆଖ୍ୟା ଦେଇଛି । ଆପ ଯେଉଁ ଭୋଟରଙ୍କୁ ନେଇ ନିର୍ବାଚନୀ ବୈତରଣୀ ପାର କରିଛି ସେମାନଙ୍କୁ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଉଥିବା କହି ବିଜେପି ଆଜି ରାଜରାସ୍ତାକୁ ଓହ୍ଲାଇଛି । ଏହି ସମୟରେ ପୁଲିସ ଓ ବିଜେପିକର୍ମୀ ମୁହାଁମୁହିଁ ଘଟଣା ଦେଖିବାକୁ ମିଳିଛି 

ତଥ୍ୟ କହୁଛି ଦିଲ୍ଲୀ ନିର୍ବାଚନରେ ୪୨ପ୍ରତିଶତ ହେଉଛନ୍ତି ପୂର୍ବାଞ୍ଚଳ ଜନତା ଭୋଟ ଦିଅନ୍ତି । ୨୦୧୩,୨୦୧୫ ଓ ୨୦୨୦ରେ ଆମ ଆଦମୀ ପାର୍ଟିକୁ ବିପୁଳମାତ୍ରାରେ ଭୋଟ ଦେଇଥିଲେ । ଲଗାତାର ୩ଥର ବିଜୟ ପଛରେ ଏମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେବେ ଦିଲ୍ଲୀ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି, ଦଳମାନେ ପ୍ରାର୍ଥୀ ବି ଘୋଷଣା କରୁଛନ୍ତି । ଏହା ଭିତରେ ବୟାନବାଜି, ବିବାଦ, ବିକ୍ଷୋଭ ଦିଲ୍ଲୀ ରାଜନୀତି ସରଗରମ ହୋଇଛି ।