ଆନ୍ଧ୍ରପ୍ରଦେଶ ରାଜନୀତିରେ ହଲଚଲ ; ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କୁ ୧୭୫୦ କୋଟି ଦେବାକୁ ଡିଲ କରିଥିଲେ ଆଦାନୀ!

ଆନ୍ଧ୍ରପ୍ରଦେଶ ରାଜନୀତିରେ ବଡ ହଲଚଲ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ୧୭୫୦କୋଟି ଦେବାକୁ ଡିଲ କରିଥିଲେ ଆଦାନୀ । ୟୁଏସ ଏଜେନ୍ସିର ସୂଚନା । ସେପଟେ ଦ୍ୱିତୀୟ ଦିନରେ ବି ଖସୁଛି ଆଦାନୀ ସେୟାର ।

ada

କନକ ବ୍ୟୁରୋ: ବୁଲେଟିନ ଆରମ୍ଭ କରିବା ସେହି ବଡ ଖବରରୁ । ଦେଶରେ ପୁଣି  ଆଦାନୀ ଝଡ । ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆମେରିକା ସଙ୍ଗୀନ ଅଭିଯୋଗ ଆଣିବା ପରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହା ଭିତରେ ଆନ୍ଧ୍ରପ୍ରଦେଶ  ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନହେମାନ ରେଡ୍ଡୀ ନେଇ ଆସିଛି ବଡ ଖବର ।

ଜଗନଙ୍କୁ ଆଦାନୀ ଭେଟିବା ସହ ପ୍ରାୟ ୧୭୫୦କୋଟି ଟଙ୍କା ଲାଞ୍ଚ ଦେବାକୁ କଥା ହେହାଇଥିବା କ ଅଭିଯୋଗ ଆଣିଛି ଆମେରିକା ଏଜେନ୍ସି । ଗତକାଲି ଆମେରିକା ଆଦାନୀଙ୍କ ଉପରେ ଭାରତର ସରକାରୀ ଅଧିକାରୀଙ୍କୁ ୨ହଜାର କୋଟିରୁ ଅଧିକ ଟଙ୍କା ଲାଞ୍ଚ ଦେଇ ଚୁକ୍ତି ପାଇବାକୁ ଚେଷ୍ଟା କରିଥିବା ଓ  ନିବେଶକଙ୍କୁ ଠକିଥିବା ଅଭିଯୋଗ କରିଥିଲା ।

ଜଗନ-ଆଦାନୀଙ୍କ ୧୭୫୦କୋଟି ଟଙ୍କା ଡିଲ
ସାକ୍ଷାତ ୨୦୨୧ରେ ହୋଇଥିଲା 
ତତକାଳୀନ ରେଡ୍ଡୀ ସରକାରଙ୍କ ସହ ସୌରଚୁକ୍ତି ପାଇଁ ଆଲୋଚନା ହୋଇଥିଲା ।
ଚୁକ୍ତି ପାଇଁ ଜଗନଙ୍କୁ ୧୭୫୦କୋଟି ଟଙ୍କା ଦେବାକୁ ଡିଲ ହୋଇଥିଲା
ଏହି ଡିଲ ବଦଳରେ ତତକାଳୀନ ରେଡ୍ଡି ସରକାର ଆଦାନୀଙ୍କୁ ୭ ସୋଲାର ଏନର୍ଜି ଦେବଦଇଥାନେତ
ଏସଇସିଆଇ ମାଧ୍ୟମରେ ଚୁକ୍ତି ହାତେଇବାକୁ କଥା ହୋଇଥିଲା
ଅଭିଯୋଗକୁ ଖଣ୍ଡନ କରିଛି ୟାଇଏସଆର କଂଗ୍ରେସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe