କନକ ବ୍ୟୁରୋ: ବୁଲେଟିନ ଆରମ୍ଭ କରିବା ସେହି ବଡ ଖବରରୁ । ଦେଶରେ ପୁଣି ଆଦାନୀ ଝଡ । ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆମେରିକା ସଙ୍ଗୀନ ଅଭିଯୋଗ ଆଣିବା ପରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହା ଭିତରେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନହେମାନ ରେଡ୍ଡୀ ନେଇ ଆସିଛି ବଡ ଖବର ।
ଜଗନଙ୍କୁ ଆଦାନୀ ଭେଟିବା ସହ ପ୍ରାୟ ୧୭୫୦କୋଟି ଟଙ୍କା ଲାଞ୍ଚ ଦେବାକୁ କଥା ହେହାଇଥିବା କ ଅଭିଯୋଗ ଆଣିଛି ଆମେରିକା ଏଜେନ୍ସି । ଗତକାଲି ଆମେରିକା ଆଦାନୀଙ୍କ ଉପରେ ଭାରତର ସରକାରୀ ଅଧିକାରୀଙ୍କୁ ୨ହଜାର କୋଟିରୁ ଅଧିକ ଟଙ୍କା ଲାଞ୍ଚ ଦେଇ ଚୁକ୍ତି ପାଇବାକୁ ଚେଷ୍ଟା କରିଥିବା ଓ ନିବେଶକଙ୍କୁ ଠକିଥିବା ଅଭିଯୋଗ କରିଥିଲା ।
ଜଗନ-ଆଦାନୀଙ୍କ ୧୭୫୦କୋଟି ଟଙ୍କା ଡିଲ
ସାକ୍ଷାତ ୨୦୨୧ରେ ହୋଇଥିଲା
ତତକାଳୀନ ରେଡ୍ଡୀ ସରକାରଙ୍କ ସହ ସୌରଚୁକ୍ତି ପାଇଁ ଆଲୋଚନା ହୋଇଥିଲା ।
ଚୁକ୍ତି ପାଇଁ ଜଗନଙ୍କୁ ୧୭୫୦କୋଟି ଟଙ୍କା ଦେବାକୁ ଡିଲ ହୋଇଥିଲା
ଏହି ଡିଲ ବଦଳରେ ତତକାଳୀନ ରେଡ୍ଡି ସରକାର ଆଦାନୀଙ୍କୁ ୭ ସୋଲାର ଏନର୍ଜି ଦେବଦଇଥାନେତ
ଏସଇସିଆଇ ମାଧ୍ୟମରେ ଚୁକ୍ତି ହାତେଇବାକୁ କଥା ହୋଇଥିଲା
ଅଭିଯୋଗକୁ ଖଣ୍ଡନ କରିଛି ୟାଇଏସଆର କଂଗ୍ରେସ