କନକ ବ୍ୟୁରୋ : ନୟାଗଡ଼ ରାଜସୁନାଖଳା ସ୍ଵାସ୍ଥ୍ୟକେନ୍ଦ୍ର ରୁ ପିଲା ଚୋରି ଅଭିଯୋଗ । ଜଣେ ନବଜାତକକୁ ଚୋରି ହୋଇଥିବା ଅଭିଯୋଗ । ପ୍ରସବ ହେବାର କିଛି ସମୟ ପରେ ଡାକ୍ତରଖାନାରୁ ଶିଶୁ ପୁତ୍ର ଗାଏବ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ଗାଏବ ! ନବଜାତ ଶିଶୁ ପୁତ୍ରକୁ ଚୋରି ଅଭିଯୋଗ ସାମ୍ନାକୁ ଆସିବା ପରେ ମେଡିକାଲରେ ତନାଘନା ।

Advertisment

ଜନ୍ମ ହେବାର କିଛି ସମୟ ପରେ ନବଜାତ ଶିଶୁକୁ କିଏ ଆଉ କେଉଁଆଡ଼େ ନେଲା ତାକୁ ନେଇ ଚାଲିଛି ତନାଖନା । ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧୀସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ ଗତକାଲି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିଲେ ।  ଆଜି ନବଜାତ ଶିଶୁ ଜନ୍ମ ହୋଇଥିଲା । ହେଲେ କିଛି ସମୟ ପରେ ନବଜାତ ଶିଶୁ ଗାଏବ ନେଇ ମେଡିକାଲରେ ତନାଘନା ଚାଲିଛି । ଶିଶୁ ପୁତ୍ରକୁ କିଏ ଚୋରି କରି ନେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏ ନେଇ ମେଡିକାଲ କର୍ତ୍ତୃପକ୍ଷ CCTV ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛନ୍ତି ।