କନକ ବ୍ୟୁରୋ: ସୁଭଦ୍ରା ଯୋଜନା ନାଁରେ ଲୋକଙ୍କୁ ଠକିବା ଅଭିଯୋଗ । ସୁଭଦ୍ରା ରେଜିଷ୍ଟ୍ରେସନ୍ ପାଇଁ ୧୦୦ ଟଙ୍କା ଲେଖାଏଁ ସଂଗ୍ରହ କରୁଥିବା ଜଣେ ଯୁବକ ଗିରଫ। ବଲାଙ୍ଗୀର, ଟିଟଲାଗଡ଼ରୁ ଆସିଛି ଏଭଳି ଖବର। ମନିଗାଁ ଅଞ୍ଚଳର ଯୁବକ ଆକାଶ ସାହୁ ସୁଭଦ୍ରା ଯୋଜନା ପାଇଁ ରେଜିଷ୍ଟ୍ରେସନ୍ କରାଇଦେବାକୁ କହି ଲୋକଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ସଂଗ୍ରହ କରୁଥିଲା। ରେଜିଷ୍ଟ୍ରେଶନ୍ ନିଶୁଳ୍କ ହେବାର ନିୟମ ରହିଥିବାବେଳେ ଆକାଶ ଏକ କମ୍ପୁଟର ସେଣ୍ଟର କରି ସେଠାରେ ରେଜିଷ୍ଟ୍ରେସନ୍ ପାଇଁ ଲୋକଙ୍କ ଠାରୁ ଟଙ୍କା ନେଉଥିଲା। ଏନେଇ ଟିଟିଲାଗଡ଼ ବିଡିଓ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଆକାଶକୁ ଗିରଫ କରିଛି।
ସୁଭଦ୍ରା ରେଜିଷ୍ଟ୍ରେସନ୍ ପାଇଁ ଟଙ୍କା ନେଉଥିବା ଅଭିଯୋଗ: ବଲାଙ୍ଗୀର, ଟିଟଲାଗଡ଼ ମନିଗାଁର ଯୁବକକୁ ବାନ୍ଧିଲା ପୋଲିସ
ସୁଭଦ୍ରା ଯୋଜନା ନାଁରେ ଲୋକଙ୍କୁ ଠକିବା ଅଭିଯୋଗ । ସୁଭଦ୍ରା ରେଜିଷ୍ଟ୍ରେସନ୍ ପାଇଁ ୧୦୦ ଟଙ୍କା ଲେଖାଏଁ ସଂଗ୍ରହ କରୁଥିବା ଜଣେ ଯୁବକ ଗିରଫ। ବଲାଙ୍ଗୀର, ଟିଟଲାଗଡ଼ରୁ ଆସିଛି ଏଭଳି ଖବର।