ରାୟଗଡ଼ାରେ ୧୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିର ଦ୍ବାରସ୍ଥ ହେଲେ ପୀଡ଼ିତା

ରାୟଗଡାରେ ପୁଣି ଲଜ୍ଜା ।  ୧୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ।  ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିର ଦ୍ବାରସ୍ଥ ହେଲେ ପୀଡ଼ିତା ।

86

Photograph: (KANAKNEWS)

କନକବ୍ୟୁରୋ : ରାୟଗଡାରେ ପୁଣି ଲଜ୍ଜା ।  ୧୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ।  ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିର ଦ୍ବାରସ୍ଥ ହେଲେ ପୀଡ଼ିତା ।  ଜୁଲାଇ ୮ରେ ଗୁଣୁପୁର ଥାନା ଅନ୍ତର୍ଗତ ସିର୍ଜୁଳି  ଗାଁର ଜଣେ ନାବାଳିକାଙ୍କୁ ଗାଁର ଚିନା ରାଓ ନାମକ ଯୁବକ କିଛି ନିଶା ଦ୍ରବ୍ୟ ଦେଇ ଜଙ୍ଗଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି  ।  

ଏନେଇ ନାବାଳିକା ଜଣକ ପରିବାରକୁ ଜଣାଇବା ପରେ ଜୁଲାଇ ୧୦ରେ ଗୁଣୁପୁର ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ହେଲେ ଦୀର୍ଘ ଦିନ ବିତିଲା ପରେ ବି ପୁଲିସ ଏଯାଏଁ ଦୁଷ୍କର୍ମକାରୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ଆସିଛି  ।   ଫଳରେ ସେ ଜିଲ୍ଲାପାଳଙ୍କୁ ନ୍ୟାୟ ପାଇଁ ଭିକ୍ଷା କରିଛନ୍ତି। ଏବଂ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି  ପୀଡିତା  ।   ଅନ୍ୟପଟେ ତଦନ୍ତ ଚାଲିଛି, ରିପୋର୍ଟ ଆସିଲା ପରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାୟଗଡା ଜିଲ୍ଲାପାଳ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe