କନକବ୍ୟୁରୋ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ମହରା ପଦର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସ୍କୁଲରେ ଶନିବାର ଘଟିଥିବା ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣାକୁ ନେଇ ସ୍ଥାନୀୟ ମହଳରେ ଚର୍ଚ୍ଚା ର ବିଷୟ ପାଲଟିଛି । ଅଭିଯୋଗ ଅନୁଯାୟୀ, କିଛି  ଅଜଣା ବ୍ୟକ୍ତି ନିଶା ରେ ଚୂର ଥିବା   ଅବସ୍ଥାରେ ଏକ ହୋଣ୍ଡାଇ କାର୍ ଓଡ଼ି ୦୩ ଆର୍ ୬୩୫୬ ରେ ଆସି ସ୍କୁଲକୁ ଆସୁଥିବା କିଛି ଛାତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ ।

Advertisment

ଏହାକୁ ପ୍ରତିବାଦ କରିବାକୁ ଯାଇଥିବା କିଛି ଛାତ୍ରଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି ।  ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲରେ ରାନ୍ଧୁଥିବା ପାଚିକା ଏହା ଦେଖି ପ୍ରତିବାଦ କରିଥିବା ବେଳେ ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ସ୍କୁଲ ପାଚିକା ପ୍ରକାଶ କରିଛନ୍ତି ।  ଗ୍ରାମର ଅନ୍ୟାନ୍ୟ ବାସିନ୍ଦା ମାନେ କହିଛନ୍ତି ଯେ , ମଦ୍ୟପଙ୍କ ମଧ୍ୟରୁ ଜଣେ ବିଏସଏଫରେ କାର୍ଯ୍ୟରତ ଯବାନ ଥିବା ସ୍ପଷ୍ଟ ହୋଇଛି ।   ଏହା ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଆତଙ୍କ ଓ କ୍ଷୋଭ ସୃଷ୍ଟି କରିଛି ।  ଘଟଣାକୁ ନେଇ ଅଭିଭାବକ ଏବଂ ଗ୍ରାମବାସୀମାନେ  ଏ ବିଷୟ ରେ ଖପ୍ରାଖୋଲ ଥାନା କୁ ଆସି କ୍ଷୁବ୍ଧ ହୋଇଛନ୍ତି । ସେମାନେ କହିଛନ୍ତି ଯେ ସ୍କୁଲ ପରିସରର ସୁରକ୍ଷାକୁ ନେଇ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ।  

କିଛି ଅଭିଭାବକ ମଧ୍ୟ ଆଶଙ୍କା ବ୍ୟକ୍ତ କରି କହିଛନ୍ତି , ଯଦି ଛାତ୍ରୀମାନଙ୍କ ସୁରକ୍ଷା ହୋଇପାରିବ ନାହିଁ, ତାହେଲେ ଶିକ୍ଷାଳୟ ପ୍ରତି ଆମର ଭରସା କମିଯିବ ।”  ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  ସ୍ଥାନୀୟ ମାନେ ଦାବି କରୁଛନ୍ତି ଯେ ସମ୍ପୃକ୍ତମାନଙ୍କୁ ତୁରନ୍ତ ଗିରଫ କରି  ଉଚିତ୍ ଶାସ୍ତି ଦିଆଯିବା ଉଚିତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  କାର ରେ ଫେରାର ମାରୁଥିବା ଅଭିଯୁକ୍ତ ମାନଙ୍କୁ  ପୁଲିସ୍  ଗାଡ଼ି ରେ ଗୁଡ଼ାଇ ଗୁଡ଼ାଇ ଗିରଫ କରି ଥାନାରେ ଅଟକ ରଖିଛି । ସମ୍ପୃକ୍ତମାନଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ପୁଲିସ୍  କହିଛି ।

ଅଭିଭାବକ ମାନଙ୍କ ସହ ବିଦ୍ୟାଳୟ ପ୍ରଧାନ ଶିକ୍ଷକ  ନିଜ ତରଫରୁ ଅଭିଯୋଗ କରିଥିବା ଜଣାପଡ଼ିଛି । ଆହୁରି ମଧ୍ୟ ଯେ ଘଟଣାଟି ଘଟିବାର ପାଞ୍ଚ ଘଣ୍ଟାରୁ ଅଧିକ ବିତିଯାଇଥିଲେ ହେଁ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ନେଇ ଅଭିଯୋଗ କାରିଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । କାଳେ ପୁଲିସ୍ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ନେଇ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଅଞ୍ଚଳ ହେଉଛି ଉପାନ୍ତ ଅଞ୍ଚଳ ଏବଂ ଜଙ୍ଗଲ ପରିବେଶ ଭରା ଅଞ୍ଚଳ ପାହାଡ ଜଙ୍ଗଲ  ତଳି ଗାଁ ର ବହୁ ଛାତ୍ର ଛାତ୍ରୀ ମାନେ ଏହି ବିଦ୍ୟାଳୟ ଉପରେ ନିର୍ଭର କରି  ବହୁ ଦୂର ଦୁରନ୍ତ ରୁ ଆସି ପାଠ ପଢନ୍ତି ଏମିତି ଯଦି ଅସାମାଜିକ ବ୍ୟକ୍ତି ମାନେ ହରିଶଙ୍କର  ଭ୍ରମଣ ରେ ଆସି ମଦ୍ୟ ପିଇ ଏମିତି ଘଟଣା ଭିଆଇବେ ତେବେ  ସାଧାରଣ ବ୍ୟକ୍ତି ମାନଙ୍କ ପାଇଁ ଅସୁବିଧା ସୃଷ୍ଠି ହେବା ସହ ଅଞ୍ଚଳ ର ଲୋକେ  ସୁରକ୍ଷିତ ମଣିବେ ନାହିଁ ତେଣୁ ଏହି ଘଟଣା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳ ରେ ଦାବି ଯୋର ଧରୁଛି । ପୂର୍ବ ରୁ ମଧ୍ୟ ଏହି ଅଞ୍ଚଳ ରେ ହରିଶଙ୍କର ଭ୍ରମଣ ରେ ଆସି ବାହାର ଲୋକ ମାନେ ଅନେକ  ଏମିତିକା ଘଟଣା ଘଟାଇଥିବା ନଜର ଅଛି ତେଣୁ ଏହି ଘଟଣା ଉପରେ ପୁଲିସ୍  ପ୍ରଶାସନ  ଦୃଢ଼ତା ର ସହ କେତେ ନେବ ଏହା ଦେଖିବାର ବାକି ରହିଲା  ।