କନକବ୍ୟୁରୋ : ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ କରାଯାଇଛି । ୨ଟି ଭିନ୍ନ ଭିନ୍ନ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି । ମାଲକାନଗିରି ଏସପି ବିନୋଦ ପାଟିଲ ଏହି ସୂଚନା ଦେଇଛନ୍ତି । ଅନ୍ୟ ୩ ଜଣ ଯୁବକଙ୍କୁ ଅଟକ ରଖି ମାଲକାନଗିରି ପୋଲିସ ପଚରାଉଚରା କରୁଛି । ଗତକାଲି ବିଜାଘାଟିରୁ ପୀଡିତାଙ୍କୁ ଉଦ୍ଧାର କରାଯାଇଥିଲା ।
ବିଳମ୍ବିତ ରାତିରେ ଟ୍ରକରେ ଉଠାଇ ନେଇଥିଲା ଅଭିଯୁକ୍ତ । ପୀଡିତାଙ୍କ ଚିତ୍କାର ପରେ ଉଦ୍ଧାର କରିଥିଲେ ଅନ୍ୟ ଗାଡି ଚାଳକ । ଗାଁ ଲୋକଙ୍କୁ ହସ୍ତାନ୍ତର ପରେ ପୁଲିସକୁ ଖବର ଦିଆଯାଇଥିଲା । ଗୋବିନ୍ଦପାଲି ଠାରେ ଅଭିଯୁକ୍ତର ଟ୍ରକ ଅଟକ ରହିଛି । ସେପଟେ ମାଲକାନଗିରି ଗଣଦୁଷ୍କର୍ମ ମାମଲାରେ କଂଗ୍ରେସ ଓ ବିଜେଡି ପକ୍ଷରୁ ବିକ୍ଷୋଭ । ମଡେଲ ଥାନା ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/22/malkangiri-2025-07-22-15-35-00.jpg)