କନକବ୍ୟୁରୋ : ଶିଶୁ ଅନନ୍ତ ପୀଠର ବାବାଙ୍କ ନାଁରେ ଥାନାରେ ମାମଲା ରୁଜୁ । ମଠରେ ନିଶା କାରବାର ସହ କର୍ମକର୍ତ୍ତା ମାନଙ୍କୁ ଖରାପ ବ୍ୟବହାର କରାଯାଉଥିବା ଅଭିଯୋଗ । ଶାନ୍ତି ପରିବେଶକୁ ନଷ୍ଟ କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ବାଲିପାଟଣା ପଞ୍ଚସଖା ମହାପୁରୁଷ ଶିଶୁ ଅନନ୍ତ ପୀଠର ବାବା ପର୍ଶୁରାମ ନନ୍ଦୀ ଓରଫ ଦାସଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି ।
ଏହି ସୁସ୍ଥ ବାତାବରଣକୁ ନଷ୍ଟ କରାଯିବା ସହ ବାବା ଶ୍ରଦ୍ଧାଳୁ ଏବଂ କର୍ମକର୍ତ୍ତା ମାନଙ୍କୁ ଦୁର୍ବ୍ୟବହାର ଓ ଭାଷାରେ ଗାଳି ଗୁଲଜ କରୁଛନ୍ତି । ସେହିପରି ଏହି ପ୍ରସିଦ୍ଧ ପୀଠରେ ଅବାଧ ଭାବେ ନିଶା କାରବାର ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ଶିଶୁ ଅନନ୍ତ ସ୍ମୃତି ସଂସଦ ସମ୍ପାଦିକା ତନୟା ଦାସ ଗୋସ୍ବାମୀ ଏନେଇ ଥାନାର ଦ୍ୱାରସ୍ଥ ହୋଇ ବାବାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି । ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପୂର୍ବରୁ ଅଭିଯୋଗ ହୋଇଥିଲେ ପୁଲିସ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନେଉନାହିଁ, ଯାହାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/08/l31MgB9yk6sasR7pNIuO.jpg)