କନକ ବ୍ୟୁରୋ : ବନବିଭାଗର ଦବଙ୍ଗଗିରି, ଜଙ୍ଗଲ ଭିତରେ ଆଦିବାସୀ ଦମ୍ପତ୍ତିକୁ ନିର୍ଧୁମ ମାଡ଼ ମାରିଲେ ବନ କର୍ମଚାରୀ । ଗୁରୁତର ଅବସ୍ଥାରେ ଦମ୍ପତ୍ତିଙ୍କୁ ମେଡିବାଲରେ ଭର୍ତ୍ତି କରାଯାଇଛି । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ପଳାସଡାଙ୍ଗି ଗ୍ରାମରେ ଏଭଳି ଘଟଣା ଘଟିଛି । କାଠଚୋର ଧରିବାକୁ ଯାଇ ଆଦିବାସୀ ଦମ୍ପତ୍ତିକୁ ଜଙ୍ଗଲ ଭିତରେ ନିର୍ଧୁମ ପିଟିଛନ୍ତି ବନ କର୍ମଚାରୀ l
ଗୁରୁତର ଦମ୍ପତ୍ତି ହେଲେ କଙ୍କଡାହାଡ଼ ଥାନା ପଳାସଡାଙ୍ଗି ଗ୍ରାମର ସଦା ପ୍ରଧାନ ଓ ଜ୍ୟୋସ୍ନା ପ୍ରଧାନ l ଆଜି ଦି ପ୍ରହର ସମୟରେ ବନବିଭାଗ କର୍ମଚାରୀ ମାନେ ପଳାସଡାଙ୍ଗି ସରଂକ୍ଷିତ ଜଙ୍ଗଲକୁ କାଠଚୋରି ଅଭିଯୋଗରେ ରେଡ କରିବାକୁ ଯାଇଥିଲେ l ସେହି ସମୟରେ ଜଙ୍ଗଲ ମଧ୍ୟରେ ଆଦିବାସୀ ଦମ୍ପତ୍ତି ଆସୁଥିବା ଦେଖି କାଠଚୋର ସନ୍ଦେହରେ ବନ କର୍ମଚାରୀମାନେ ଉଭୟଙ୍କୁ ଅଟକାଇବା ସହ ମାଡ ମାରିଥିଲେ।
ଏକ ରଡ଼ ଓ ବାଡ଼ି ବୃଦ୍ଧ ଦମ୍ପତ୍ତିଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଫଳରେ ସଦାଙ୍କ ପିଠି, ଜଙ୍ଘ, ଓ ହାତରେ ଗଭୀର କ୍ଷତ ଦେଖିବାକୁ ମିଳିଛି । କିଛି ସ୍ଥାନୀୟ ଲୋକ ଉଭୟ ସ୍ୱାମୀ, ସ୍ତ୍ରୀ ଙ୍କୁ ଏକ ଅଟୋ ଯୋଗେ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଇଥିଲେ l