କନକ ବ୍ୟୁରୋ : ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ବିଜେଡି କାଉନସିଲର । ନିଜ ଦଳର କାଉନସିଲରଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣି କାନ୍ଦିଲେ କାଉନସିଲର । ସୂଚନା ଅନୁସାରେ, ବାଲେଶ୍ବର ପୌରପାଳିକାର ୨୩ ନମ୍ବର ୱାର୍ଡର ବିଜେଡି କାଉନସିଲର ଶଶୀରେଖା ମହାନ୍ତି ୨୨ ନମ୍ବର ୱାର୍ଡର କାଉନସିଲର ଦେବାଶିଷ ସିଂଙ୍କ ନାଁରେ ଦୁର୍ବ୍ୟବହାର ସହ ଜାତିଆଣ ଅଭିଯୋଗ ଆଣିଛନ୍ତି ।

Advertisment

ଏନେଇ ଗତ ନଭେମ୍ବର ୧ ତାରିଖରେ ସହଦେବ ଖୁଣ୍ଟା ଥାନାର ଦ୍ବାରସ୍ଥ ହୋଇଥିଲେ। ହେଲେ ଏ ଯାଏଁ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଅସନ୍ତୋଷ ପ୍ରକାଶ କରି ବିଜେଡିର ଏକ ଗୋଷ୍ଠୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପୂର୍ବତନ ବିଧାୟକ ସ୍ୱରୂପ ଦାସଙ୍କ ଗୋଷ୍ଠୀ ନେତୃତ୍ବରେ ୧୨ଜଣ କାଉନସିଲର ଯୋଗଦେବା ସହ ସାଂସଦ ରବୀନ୍ଦ୍ର ଜେନାଙ୍କ ଗୋଷ୍ଠୀର ଜଣେ କାଉନସିଲରଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ କରିଛନ୍ତି ।