କନକ ବ୍ୟୁରୋ: ସିଏମସି କମିସନରଙ୍କ ନାଁରେ ବଡ଼ ଅଭିଯୋଗ । ସରକାରୀ କ୍ବାର୍ଟର୍ସରେ ରହୁଛନ୍ତି ହେଲେ ପୁଣି ଘର ଭଡ଼ା ବାବଦକୁ ଟଙ୍କା ବି ନେଉଛନ୍ତି । କଟକ ମହାନଗର ନିଗମର କମିସନର ଅନାମ ଚରଣ ପାତ୍ରଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି । ୮ ମାସରେ ୧ ଲକ୍ଷ ୮୩ ହଜାର ଟଙ୍କା ଭଡ଼ା ବାବଦକୁ ଉଠାଇ ନେଇଛନ୍ତି ସିଏମସି କମିସନର । କମିସନର ସରକାରୀ ବାସଭବନରେ ରହି ସରକାରଙ୍କଠାରୁ ପ୍ରତିମାସରେ ଘର ଭଡ଼ା ବାବଦକୁ ଟଙ୍କା ନେବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । କଟକ ମହାନଗର ନିଗମର କମିସନର ଭାବେ ୨୦୨୪ ସେପ୍ଟେମ୍ବର ୨୫ରେ ଦାୟିତ୍ଵ ଗ୍ରହଣ କରିଥିଲେ ଅନାମ ଚରଣ ପାତ୍ର । ଏହା ପୂର୍ବରୁ ସେ ୨୦୨୪ ଅଗଷ୍ଟ ୯ରୁ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଭାରପ୍ରାପ୍ତ କମିସନର ଭାବେ ଦାୟିତ୍ୱରେ ଥିଲେ । କମିସନର ଭାବେ ଦାୟିତ୍ୱ ନେବା ପରଠାରୁ ବାରବାଟୀ ଦୁର୍ଗ ସ୍ଥିତ ପୌର ନିଗମ କମିସନରଙ୍କ ପାଇଁ ଥିବା ସରକାରୀ କ୍ବାର୍ଟର୍ସ ନମ୍ବର ଏସ୍ ଓ-୮ରେ ସେ ରହି ଆସୁଛନ୍ତି । ଗତବର୍ଷ ସେପ୍ଟେମ୍ବରରୁ କମିସନର କ୍ବାର୍ଟର୍ସରେ ରହି ଆସୁଥିବା ବେଳେ ପ୍ରତି ମାସ ଘର ଭଡ଼ା ବାବଦରେ ୨୨ ହଜାର ୯୪୪ ଟଙ୍କା ନେଉଛନ୍ତି । ଘର ଭଡ଼ା ବାବଦକୁ ଏପର୍ଯ୍ୟନ୍ତ ୮ ମାସରେ ମୋଟ ୧ ଲକ୍ଷ ୮୩ ହଜାର ୫୫୨ ଟଙ୍କା ନେଇଛନ୍ତି କମିସନର ।
ସିଏମସି କମିସନରଙ୍କ ନାଁରେ ଅଭିଯୋଗ: ସରକାରୀ କ୍ବାର୍ଟର୍ସରେ ରହୁଛନ୍ତି, ଘରଭଡ଼ା ବାବଦକୁ ନେଉଛନ୍ତି ଟଙ୍କା
Advertisment
କଟକ ମହାନଗର ନିଗମର କମସନର ଅନାମ ଚରଣ ପାତ୍ରଙ୍କ ନାଁରେ ବଡ଼ ଅଭିଯୋଗ । ସରକାରୀ କ୍ବାର୍ଟର୍ସରେ ରହି ଘରଭଡ଼ା ବାବଦକୁ ନେଉଛନ୍ତି ଟଙ୍କା । ୮ ମାସରେ ୧ ଲକ୍ଷ ୮୩ ହଜାର ଟଙ୍କା ଭଡା ବାବଦକୁ ଉଠାଇ ଥିବା ଅଭିଯୋଗ ।
Updated On
କଟକ ମହାନଗର ନିଗମର କମସନର ଅନାମ ଚରଣ ପାତ୍ରଙ୍କ ନାଁରେ ବଡ଼ ଅଭିଯୋଗ । ସରକାରୀ କ୍ବାର୍ଟର୍ସରେ ରହି ଘରଭଡ଼ା ବାବଦକୁ ନେଉଛନ୍ତି ଟଙ୍କା । ୮ ମାସରେ ୧ ଲକ୍ଷ ୮୩ ହଜାର ଟଙ୍କା ଭଡା ବାବଦକୁ ଉଠାଇ ଥିବା ଅଭିଯୋଗ ।
ଅଦ୍ୟତନ ହୋଇଛି
Follow Us