ମହାକୁମ୍ଭ ୨୦୨୫ ରେ ସାଧୁସନ୍ଥଙ୍କ ଶାହି ଅନ୍ଦାଜ୍ । କିଏ ରୂପାର ପାଲିଙ୍କିରେ ଆସିଲେ ତ ଆଉ କିଏ କୋଟି କୋଟି ଟଙ୍କାର ରେଞ୍ଜ୍ ରୋବର୍ କାରରେ .. ଆଖିକୁ ଆକର୍ଷିତ କଲେ ଆମ୍ବାସଡର୍ ବାବା

ଆଧ୍ୟାତ୍ମିକତାର ଗଭୀରତା ଏବଂ ଟେକ୍ନୋଲଜିର ଚାକଚକ୍ୟ ଭିତରେ କୋଟି କୋଟି ଟଙ୍କାର ଦାମୀ କାରର ଲମ୍ବା ଲାଇନ୍ ଏବଂ ରାଜକୀୟ ଠାଣି ସାଧୁସନ୍ଥଙ୍କ ଜୀବନର ଆଉ ଏକ ଦିଗକୁ ଦର୍ଶାଏ । ଏହି ଚାକଚକ୍ୟରୁ ହିଁ ଜାଣିପାରୁଥିବେ ଯେ ମହାକୁମ୍ଭ କେବଳ ଆସ୍ଥାର ମେଳା ନୁହଁ ବରଂ ଭବ୍ୟତା , ସଂପନ୍ନତାର ଏକ ଉତ୍ସବ ।

Silver-Chariots-in-maha-kumbh

ମହାକୁମ୍ଭର ଦିବ୍ୟ ଏବଂ ଭବ୍ୟ ପର୍ବରେ ସାଧୁସନ୍ଥଙ୍କ ଜୀବନଶୈଳୀ ସମସ୍ତଙ୍କୁ ଆକର୍ଷିତ କରେ । ଆଧ୍ୟାତ୍ମିକତାର ଗଭୀରତା ଏବଂ ଟେକ୍ନୋଲଜିର ଚାକଚକ୍ୟ ଭିତରେ କୋଟି କୋଟି ଟଙ୍କାର ଦାମୀ କାରର ଲମ୍ବା ଲାଇନ୍ ଏବଂ ରାଜକୀୟ ଠାଣି ସାଧୁସନ୍ଥଙ୍କ ଜୀବନର ଆଉ ଏକ ଦିଗକୁ ଦର୍ଶାଏ । ଏହି ଚାକଚକ୍ୟରୁ ହିଁ ଜାଣିପାରୁଥିବେ ଯେ ମହାକୁମ୍ଭ କେବଳ ଆସ୍ଥାର ମେଳା ନୁହଁ ବରଂ ଭବ୍ୟତା , ସଂପନ୍ନତାର ଏକ ଉତ୍ସବ ।

The-procession-of-Shankaracharya-Swami-Avimukteshw_1736441708385

ଯେଉଁଠାରେ ପରମ୍ପରା ଏବଂ ନୂଆ ଟେକ୍ନୋଲଜି ପାଦରେ ପାଦ ମିଶାଇ ଚାଲିଥାନ୍ତି । ଯେଉଁଠି ଆଧ୍ୟାତ୍ମ ଏବଂ ଆଧୁନିକତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି ନଜର ଆସନ୍ତି । ତେବେ ଆଗରୁ ଆପଣ ନାଗାସାଧୁ , ବିଚିତ୍ର ବାବାଙ୍କ ଶୃଙ୍ଗାର ଏବଂ ସେମାନଙ୍କ ଜୀବନଚର୍ୟ୍ୟା ଉପରେ ଜାଣିଥିବେ । ଆଜି ଆମେ ଆପଣଙ୍କୁ ଗେରୁଆବସ୍ତ୍ରଧାରୀ ସାଧୁସନ୍ଥଙ୍କ ଭବ୍ୟ ବାହନ ଉପରେ ଆଲୋକପାତ କରାଇବୁ । 

AA1x29T9

ପ୍ରୟାଗରାଜର ମହାକୁମ୍ଭମେଳାରେ ସାଧୁଙ୍କ ପାଇଁ ନିର୍ମିତ ହୋଇଥିବା ଅସ୍ଥାୟୀସ୍ଥଳ ଯେଭଳି ପଞ୍ଚାୟତି ଅଖାଡା ଶ୍ରୀ ନିରଞ୍ଜନୀ ଏବଂ ଅନ୍ୟ ଅଖାଡାରେ କୋଟି କୋଟି ଟଙ୍କାର ରେଞ୍ଜ୍ ରୋବର୍ ଗାଡ଼ି ଏବଂ ଅନେକ ଡିଫେଣ୍ଡର ଲଗଜରି କାର୍ ଛିଡ଼ା ହୋଇଥିବା ଦେଖିବାକୁ ମିଳିଯିବ । କିନ୍ତୁ ଭବ୍ୟତା ଭିତରେ ବି ପୁରାତନ ଢାଞ୍ଚାକୁ ଅଣଦେଖା କରିନାହାନ୍ତି ସାଧୁ ,ମହନ୍ତ । ଏହାର ଏକ ବଡ଼ ଉଦାହରଣ ହେଉଛନ୍ତି ଆମ୍ବାସାଡର୍ ବାବା ।

fdgedgedg

ମହନ୍ତ ରାଜଗିରି ବାବାଙ୍କ ୧୯୭୨ ମଡେଲର ଆମ୍ବାସାଡ଼ର ଗାଡ଼ି ଏହି ପରମ୍ପରାର ଏକ ବଡ଼ ଉଦାହରଣ । ଯେଉଁଥିରେ ବାବା ରୁହନ୍ତି ଏବଂ ଶୁଅନ୍ତି । ଏହା ତାଙ୍କ ସରଳ ଜୀବନଶୈଳୀ ଏବଂ ଆଧୁନିକତାର ସନ୍ତୁଳନକୁ ଦର୍ଶାଏ । 

fdgrdfgt

ମହାକୁମ୍ଭର ପ୍ରତିଟି ସାଧୁ ଶିବିରରେ ଟପ୍ ମଡେଲ୍ ଫର୍ଚୁନର୍ ଗାଡ଼ି ଏମିତି ଛିଡ଼ା ହୋଇଥାନ୍ତି ଯେମିତି କେଉଁ ଶୋ’ରୁମ୍ ରେ ପ୍ରଦର୍ଶିତ ହେଉଥିବା ଗାଡ଼ି । ଏହା ସାଧୁସନ୍ଥଙ୍କ ଭବ୍ୟତା ଏବଂ ସଂପନ୍ନତାର ଏକ ନିଚ୍ଛକ ଛବି । 

fdgerdgt

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe