କନକ ବ୍ୟୁରୋ: ହିନ୍ଦୁ ବିବାହ ଏକ ପବିତ୍ର ବନ୍ଧନ , କଣ୍ଟ୍ରାକ୍ଟ ବା ଚୁକ୍ତି ନୁହେଁ । ତେଣୁ ଏହାକୁ ଠିକା ଚୁକ୍ତି ଭଳି ଭାଙ୍ଗିଦେଇ ହେବନି । ଏପରି କଥା କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । 

Advertisment

ଶୁଣାଣିବେଳେ ଜଜ୍ କହିଛନ୍ତି ଯେ, ହିନ୍ଦୁ ବିବାହକୁ ଚୁକ୍ତି ହିସାବରେ ଗଣନା କରାଯାଇ ପାରିବ ନାହିଁ କି ସେହିଭଳି ଏହାକୁ ଭାଙ୍ଗିଦିଆଯାଇ ପାରିବ ନାହିଁ । ବରଂ ଏହି ପବିତ୍ର ବନ୍ଧନକୁ ଉଭୟଙ୍କ ସହମତିରେ ଆଇନଗତ ଭାବେ ଶେଷ କରାଯାଇପାରିବ । ବିବାହ ବିଚ୍ଛେଦ ପାଇଁ ଜଣେ ମହିଳା କୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି ବିଚାରପତି ସୌମିତ୍ର ଦୟାଲ ସିଂ ଓ ବିଚାରପତି ଦୋନାଦି ରମେଶ କରୁଥିଲେ । ନିଜ ରାୟରେ ବିଚାରପତି କହିଛନ୍ତି ଯେ, ବିଛେଦ ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ସହମତି ଆବଶ୍ୟକ । ଜଣେ ଯଦି ଏଥିପାଇଁ ଅରାଜି, ତାହେଲେ ଦିଆଯାଇ ପାରିବ ନାହିଁ। ମାମଲାର ଶୁଣାଣି ସରିନାହିଁ । ପରବର୍ତ୍ତୀ ତାରିଖରେ ପୁଣି ଏହାର ବିଚାର ହେବ ।