ବିଜୟ ରୂପାଣୀଙ୍କଠୁ ଅଜିତ୍ ପାୱାର ; ପ୍ଲେନ୍ କ୍ରାସରେ ପ୍ରାଣ ହରାଇଛନ୍ତି ଏହି ସବୁ ନେତା

Advertisment

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଅନେକ ନେତା , ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ....

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଅନେକ ନେତା , ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ....

Plane crash

Plane crash Photograph: (kanak news)

କନକ ବ୍ୟୁରୋ : ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦ ଘଟଣା । ଅଜିତଙ୍କ ବିୟୋଗରେ ସାରା ଦେଶ ଶୋକର ଛାୟାରେ ବୁଡ଼ିରହିଛି । ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ଗୃହମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଶୋକପ୍ରକାଶ କରିଛନ୍ତି । ଆଉ ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି, କି କେତେଜଣ ନେତା ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ?

ବିଜୟ ରୂପାଣୀ

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଜୁନ୍ ୧୨, ୨୦୨୫ରେ ତାଙ୍କ ଝିଅକୁ ଭେଟିବା ପାଇଁ ଅହମ୍ମଦାବାଦରୁ ଲଣ୍ଡନ ଯାତ୍ରା କରୁଥିବା ସମୟରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ରୂପାନୀ ତାଙ୍କ ଝିଅକୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ, କିନ୍ତୁ ବିମାନ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଭାରତର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ଥିଲା, ଯେଉଁଥିରେ ବିମାନଟି ରନୱେରୁ ଅଳ୍ପ ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ କଲେଜ ହଷ୍ଟେଲରେ ଧକ୍କା ହୋଇଥିଲା, ଯେଉଁଥିରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରୁ କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଥିଲେ ।

ଅଧିକ ପଢ଼ନ୍ତୁ---ଅଜିତ ପାୱାରଙ୍କ ବିୟୋଗରେ ମହାରାଷ୍ଟ୍ରରେ ତିନିଦିନିଆ ଶୋକ ଘୋଷଣା

YS ରାଜାସେଖରା ରେଡ୍ଡୀ

ଆନ୍ଧ୍ରପ୍ରଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଵାଇଏସ୍ ରାଜାସେଖରା ରେଡ୍ଡୀ ହେଲିକପ୍ଟରରେ ଉଡ଼ାଣ ରୁଥିବା ବେଳେ ନଲ୍ଲାମାଲା ଜଙ୍ଗଲରେ ଦୁର୍ଘଟଣାର ଶିକାର ହୋଇଥିଲେ । ଜଙ୍ଗଲରୁ ତାଙ୍କ ହେଲିକପ୍ଟର ଅଂଶବିଶେଷ ମିଳିଥିଲା । ଏବଂ ତାଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । କୁହାଯାଉଛି କି ଖରାପ ମୌସୁମୀ ପାଇଁ ଏହି ଦୁର୍ଘଟଣା ଘଟିଥିଲା ।

ଡ.ଓ. ଖଣ୍ଡୁ

ସେହିପରି, ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଡ.ଓ. ଖଣ୍ଡୁ ୨୦୧୧ ଏପ୍ରିଲ ୩୦ରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେ ହିଲିକପ୍ଟର ଯୋଗେ ଯାତ୍ରା କରୁଥିବା ସମୟରେ ସମ୍ପର୍କ ତୁଟିବା କାରଣରୁ ତାଙ୍କ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ତାଙ୍କର ଦେହାନ୍ତ ହୋଇଥିଲା । ଏବଂ ୫ଦିନ ପରେ ତାଙ୍କ ମୃତଦେହକୁ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା ।

ଜି.ଏମ୍.ସି ବାଲାଯୋଗୀ

ଲୋକସଭା ଅଧ୍ୟକ୍ଷ ଏବଂ ତେଲଗୁ ଦେଶମ ପାର୍ଟିର ନେତା ଜି.ଏମ୍.ସି ବାଲାଯୋଗୀ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ହେଲେକପ୍ଟରଟି ଏକ ଉଚ୍ଚ ଗଛରେ ମାଡ଼ ହୋଇ କ୍ରାସ୍ ହୋଇଯାଇଥିଲା ।

ଓମ୍ ପ୍ରକାଶ ଜିନ୍ଦଲ ଏବଂ ସୁରେନ୍ଦ୍ର ସିଂ

ହରିୟାଣାର ଶକ୍ତି ମନ୍ତ୍ରୀ ଏବଂ ଜିନ୍ଦଲ ଗ୍ରୁପ୍ ଅଧ୍ୟକ୍ଷ ଓପି ଜିନ୍ଦଲ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେନ୍ଦ୍ର ସିଂହ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ହେଲିକପ୍ଟର ଦିଲ୍ଲୀରୁ ଚଣ୍ଡିଗଡ଼ ଯାଉଥିବା ସମୟରେ ଉତ୍ତର ପ୍ରଦେଶର ସହାରନପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସଞ୍ଜୟ ଗାନ୍ଧୀ

କଂଗ୍ରେସ ନେତା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀ ମଧ୍ୟ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏକ ଗ୍ଲାଇଡର ଉଡ଼ାଣ ସମୟରେ, ସେ ନିୟନ୍ତ୍ରଣ ହରାଇଲେ ଏବଂ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମାଧବରାଓ ସିନ୍ଧିଆ

ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମାଧବରାଓ ସିନ୍ଧିଆ ଏକ ଘରୋଇ ବିମାନରେ ରାଲି ପାଇଁ କାନପୁର ଯାତ୍ରା କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ପ୍ରାୟ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

ସୁରେନ୍ଦ୍ର ନାଥ

ରାଜ୍ୟପାଳ ଭାବରେ କାର୍ଯ୍ୟରତ ସୁରେନ୍ଦ୍ର ନାଥଙ୍କ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ହିମାଚଳ ପ୍ରଦେଶରେ ତାଙ୍କୁ ଏବଂ ତାଙ୍କ ପରିବାରର ସଦସ୍ୟଙ୍କୁ ନେଇ ଯାଉଥିବା ଏକ ସରକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe