Kanak-News-Odisha-Nirman-Conclave-2025 ଅତୀତର ସବୁ ଆଧାତ୍ମିକ ଗୁରୁ ପୁରୀକୁ ହିଁ ଆସୁଥିଲେ : ସ୍ୱାମୀ ସର୍ବପ୍ରିୟନନ୍ଦ

ଆଜି କନକ ନ୍ୟୁଜ୍‌ର ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୫’ର ଆରମ୍ଭ ହୋଇଛି । ସକାଳ ୧୦ଟା ୩୦ରୁ କନକ ନ୍ୟୁଜରେ ଏହାର ସିଧା ପ୍ରସାରଣ ଆରମ୍ଭ ହୋଇଛି ।

GURU

Photograph: (KANAKNEWS)

କନକବ୍ୟୁରୋ :  ଆଜି କନକ ନ୍ୟୁଜ୍‌ର ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୫’ର ଆରମ୍ଭ ହୋଇଛି। ସକାଳ ୧୦ଟା ୩୦ରୁ କନକ ନ୍ୟୁଜରେ ଏହାର ସିଧା ପ୍ରସାରଣ ଆରମ୍ଭ ହୋଇଛି । ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହାର ଶୁଭାରମ୍ଭ ହୋଇଛି ।  ଏହି କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ସର୍ବପ୍ରିୟାନନ୍ଦ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି । ବକ୍ତବ୍ୟରେ  କହିଛନ୍ତି ଅତୀତର ସବୁ ଆଧାତ୍ମିକ ଗୁରୁ ପୁରୀକୁ ହିଁ ଆସୁଥିଲେ । ରାମ, କୃଷ୍ଣ ସବୁ ଜଗନ୍ନାଥଙ୍କ ଅବତାର । ଜଗନ୍ନାଥ ହେଉଛନ୍ତି ଅବତାରୀ ।  ଜୟଦେବଙ୍କ ଦଶବତାର ସ୍ତୋତ୍ରମରେ ଏହା କୁହାଯାଇଛି ।

SWAMI
Photograph: (KANAKNEWS)

ସୂଚନା ଅନୁଯାୟୀ ଏହି କନକ୍ଲେଭରେ ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ ଶୁଭାରମ୍ଭ କରିଥିଲେ , ଓଡ଼ିଶା ନିର୍ମାଣ କଥା ଭାବିବା ବେଳେ ଗୋଟିଏ ଧନୀ ପ୍ରଦେଶରେ ଗରିବ ଲୋକଙ୍କୁ ନେଇ ଓଡ଼ିଶା ଗଠିତ ବୋଲି ମନେ ପଡ଼ୁଛି ।  ଓଡ଼ିଶା ନିର୍ମାଣ ପୂର୍ବରୁ ତାର ନକ୍ସା ପ୍ରସ୍ତୁତ କରିବାକୁ ନିର୍ମାତାମାନଙ୍କୁ ଅନୁରୋଧ । ଏହି ନକ୍ସା ସଂପର୍କରେ ଚିନ୍ତା କରିବାର ସମୟ ଆସିଛି ।  ୧୯୩୬ରେ ଆମେ ସ୍ବତନ୍ତ୍ର ହେଲେ, ୧୯୪୭ରେ ସ୍ବାଧୀନତା ପାଇଲୁ। ୨୦୩୬ରେ ଆମେ ନୂଆ ଓଡ଼ିଶା ନିର୍ମାଣ କଥା ଭାବୁଛି  । 

ବାଲିଚୋରା, ଖଣିଚୋରାମାନଙ୍କୁ ଆମେ ପ୍ରଶ୍ରୟ ଦେବା ନାହିଁ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ । କେହି ବାସହୀନ ରହିବେ ନାହିଁ, କେହି ଚୋର ରହିବେ ନାହିଁ ଏଭଳି ବ୍ୟବସ୍ଥା ହେବା ଦରକାର ।   ବର୍ତ୍ତମାନ ସମସ୍ତେ ଆୟୁଷ୍ମାନ କାର୍ଡ ପାଉଛନ୍ତି ।  ଆମ ସ୍ବାସ୍ଥ୍ୟାବସ୍ଥା ଉପରେ ସରକାର ନଜର ରଖିଛନ୍ତି। ହେଲେ ସବୁ କଥାକୁ ଆମେ ରାଜନୀତି କରିବା ଅନୁଚିତ ।   ଓଡ଼ିଶା‌କୁ ଯାହା ଜଗନ୍ନାଥ ଦେଇଛନ୍ତି, ତାହା ଅନ୍ୟ କୌଣସି ରାଜ୍ୟକୁ ଦେଇନାହାନ୍ତି। ଏଠି ହିନ୍ଦୁ-ମୁସଲିମ୍ ଗଣ୍ଡଗୋଳ ନାହିଁ, ଜାତିଭେଦ ନାହିଁ ।  ସର୍ବୋପରି ନୂଆ ଓଡ଼ିଶା ନିର୍ମାଣ ପାଇଁ ସଂକଳ୍ପ ଜରୁରୀ  ।

SOMYARANJAN PATNAIK
Photograph: (KANAKNEWS)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe