ପାଣିରେ ପଡିଛି ମୁକ୍ତା ଯୋଜନା ଟଙ୍କା । ସହର ସାରା ଶୌଚାଳୟରେ ତାଲା

Advertisment

ବାଲେଶ୍ବର ସହର ସ୍ମାର୍ଟ ହେଉଛି, କିନ୍ତୁ ସୁଧରୁନି ସହରର ଅବସ୍ଥା । ଆଜି ବି ମହିଳା ହୁଅନ୍ତୁ କି ପୁରୁଷ ଶୌଚ ଲାଗିଲେ କାନ୍ଥ ବାଡ଼ କିମ୍ବା ଗଛ କଡ ଭରସା।

ବାଲେଶ୍ବର ସହର ସ୍ମାର୍ଟ ହେଉଛି, କିନ୍ତୁ ସୁଧରୁନି ସହରର ଅବସ୍ଥା । ଆଜି ବି ମହିଳା ହୁଅନ୍ତୁ କି ପୁରୁଷ ଶୌଚ ଲାଗିଲେ କାନ୍ଥ ବାଡ଼ କିମ୍ବା ଗଛ କଡ ଭରସା।

toilet issue

କନକ ବ୍ୟୁରୋ: ବାଲେଶ୍ବର ସହର ସ୍ମାର୍ଟ ହେଉଛି, କିନ୍ତୁ ସୁଧରୁନି ସହରର ଅବସ୍ଥା । ଆଜି ବି ମହିଳା ହୁଅନ୍ତୁ କି ପୁରୁଷ ଶୌଚ ଲାଗିଲେ କାନ୍ଥ ବାଡ଼ କିମ୍ବା ଗଛ କଡ ଭରସା। କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚରେ ସହରରେ ବର୍ଷେ ହେଲାଣି ୩୦ଟି ଶୌଚାଳୟ ତିଆରି କରାଯାଇଥିଲେ ମଧ୍ୟ ସେଥିରେ ତାଲା ଝୁଲୁଛି। କିଛି ଶୌଚାଳୟ ବ୍ୟବହାର ପୂର୍ବରୁ କବାଟ ଭାଙ୍ଗି ଗଲାଣି। 

  • ପାଣିରେ ପଡିଛି ମୁକ୍ତା ଯୋଜନା ଟଙ୍କା
  • ସହର ସାରା ଶୌଚାଳୟରେ ତାଲା 

ଘରୁ ବାହାରି ବାଲେଶ୍ଵର ସହରକୁ ଆସିଲେ ଯଦି ଶୌଚ ଲାଗେ ତେବେ ଲଜ୍ଜ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କୋର୍ଟ କାମ ହେଉ କି ମେଡ଼ିକାଲ କାମ ଅଥବା ବଜାରରେ ଅନ୍ୟ କିଛି କାମ। ସବୁ ଜାଗାରେ ସମାନ ସ୍ଥିତି। ଶୌଚାଳୟ ନଥିବାରୁ ଲୋକେ ବାହାରେ ଶୌଚ କରୁଛନ୍ତି। ପରିସ୍ରା କରିବା ମନା ଲେଖାଯାଇଥିଲେ ମଧ୍ୟ ବିକଳ୍ପ ନ ଥିବାରୁ ଲୋକେ ଏଠି ସେଠି ଶୌଚ କରିବାକୁ ବାଧ୍ୟ ହେଉଛନ୍ତି। ଯାହାଫଳରେ ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ଅଂଚଳ। ତେବେ ମହିଳା ମାନେ ନିରୁପାୟ ହୋଇ ଏଠି ସେଠି ପରିସ୍ରା କରୁଥିବା ବେଳେ ଲଜ୍ୟାଜନକ ପରିସ୍ଥିତିର ସାମ୍ନା କରୁଛନ୍ତି। 

ମୁକ୍ତା ଯୋଜନାରେ ବାଲେଶ୍ଵର ସହରର ବିଭିନ୍ନ ସ୍ଥାନରେ ୩୦ଟି ଶୌଚାଳୟ ତିଆରି ହୋଇଛି। ଗୋଟିଏ ଶୌଚାଳୟ ପାଇଁ ଦୁଇ ଲକ୍ଷ ୭୦ହଜାର ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ତିଆରି ହୋଇଛି ଶୌଚାଳୟ। ସୁନ୍ଦର ଦେଖାଯିବା ପାଇଁ ସମ୍ବଲପୁରୀ ଡିଜାଇନର ଚିତ୍ର ଅଙ୍କା ଯାଇଛି। ଛାତରେ ପାଣି ଟାଙ୍କି ମଧ୍ୟ ଲାଗିଛି। ଉଭୟ ମହିଳା ଓ ପୁରୁଷ ଲେଖାଥିବା ଦୁଇଟି ଲେଖା ଶୌଚ ଘର ରହିଛି। ଠିକାଦାର ବିଲ ମଧ୍ୟ ନେଇ ସାରିଛନ୍ତି। ହେଲେ, ଏହା ଲୋକଙ୍କ କାମରେ ଆସୁନି, କାରଣ ଝୁଲୁଛି ତାଲା।  

ଅନେକ ସ୍ଥାନରେ ବ୍ୟବହାର ପୂର୍ବରୁ କବାଟ ଭାଙ୍ଗିଗଲାଣି। ଟ୍ୟାପ୍ ଖୋଲି ନେଇଗଲେଣି ଦୃର୍ବୁତ୍ତ। ଅନ୍ୟପଟେ ବର୍ଷେ ହେବ ବ୍ୟବାହର ହୋଇନ ଥିବାରୁ ବ୍ୟବହ।ର କରିବାକୁ ହେଲେ ଏଥିପାଇଁ ପୁଣି ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ। ତେବେ ଖୁବଶୀଘ୍ର ଶୌଚାଳୟଗୁଡିକ ଖୋଲାଯିବ ବୋଲି କହିଛନ୍ତି ବାଲେଶ୍ବର ପୌରାଧକ୍ଷ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe