କନକ ବ୍ୟୁରୋ: ଡିଜିପି ସମ୍ମିଳନୀରେ ସାମିଲ ହୋଇଛନ୍ତି ଦେଶର ଦୁଇ ପ୍ରମୁଖ ବ୍ୟକ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ।  ଉଭୟ ଜାତୀୟ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଛନ୍ତି । ଏହି ଦୁଇଜଣଙ୍କୁ  ମୋଦିଙ୍କ ପ୍ରମୁଖ ରଣନୀତିକାର ବୋଲି ମଧ୍ୟ କୁହାଯାଏ ।

Advertisment

ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଡିଜିପି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଅଛନ୍ତି । ଅମିତ ଶାହା ହେଉଛନ୍ତି  କେନ୍ଦ୍ର ସରକାରରେ ନମ୍ବର-୨ ତଥା ମୋଦିଙ୍କ ଚାଣକ୍ୟ ।  ଆଉ ଦେଶର ଗୃହମନ୍ତ୍ରୀ ଯେତେବେଳେ ଭୁବନେଶ୍ୱର ଆସିଛନ୍ତି, ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ବଡ ନେତା ଓ ପ୍ରଶାସନିକ ଅଧିକାରୀ ତାଙ୍କୁ ବିମାନବନ୍ଦରରେ ଜୋରଦାର ସ୍ବାଗତ କରିଛନ୍ତି । 

ଅମିତ ଶାହା- ବିଜେପିର ଚାଣକ୍ୟ କୁହାଯାଉଥିବା ଏହି  ଫାୟାରବ୍ରାଣ୍ଡ ନେତାଙ୍କ ରଣନୀତି ଅନେକ ସମୟରେ ବିରୋଧୀଙ୍କୁ ବି ପଛରେ ପକାଇଦେଇଥାଏ । 
ଉତ୍ତର ଭାରତରେ ବିଜେପିକୁ ଶକ୍ତିଶାଳୀ କରିବାରେ ଅମିତ ଶାହାଙ୍କ ପ୍ରମୁଖ ଭୂମିକା
ୟୁପିରେ ବିଜେପି କ୍ଷମତାକୁ ଆସିବା ପଛରେ ଅମିତ ଶାହାଙ୍କ ରଣନୀତି
ଉତ୍ତର-ପୂର୍ବରେ ବିଜେପିକୁ କ୍ଷମତାକୁ ଆଣିବାରେ ଶାହାଙ୍କ ଭୂମିକା

ଅମିତ ଶାହ ୩୦ ମଇ ୨୦୧୯ରେ ଦେଶର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଆଉ ଜୁନ ପହିଲାରେ  ଦେଶର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । 
ଅମିତ ଶାହାଙ୍କ ବଡ ସଫଳତା
କାଶ୍ମୀରରେ ଧାରା ୩୭୦ ହଟାଇବା ଓ ରାଜ୍ୟକୁ ୩ ଭାଗରେ ବିଭକ୍ତ କରିବା
ଦେଶରେ ସିଏଏ ଓ ଏନଆରସି ଲାଗୁ କରିବା ପଛରେ ଅମିତ ଶାହାଙ୍କ ଭୂମିକା

କୁହାଯାଏ, ମୋଦିଙ୍କ ସଫଳତା ପଛରେ ରହିଛି ଅମିତ ଶାହାଙ୍କ ରଣନୀତି ।  ଆଉ ୧୦ ବର୍ଷ ପରେ ବି ତାଙ୍କ ବ୍ୟକ୍ତିତ୍ୱ ଓ ରଣନୀତିକୁ ଭେଦ କରିପାରିନାହାନ୍ତି ଅନ୍ୟ ଦଳର ନେତା । 

ଅଜିତ ଡୋଭାଲ
ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହଙ୍କ ମୁଖ୍ୟ ପରାମର୍ଶଦାତା ହେଉଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ୧୯୬୮ ମସିହା କେରଳ କ୍ୟାଡରର ଆଇପିଏସ ଡୋଭାଲଙ୍କୁ ୩୦ ମଇ ୨୦୧୪ରେ ଜାତୀୟ ସୁରକ୍ଷା ପରାର୍ଶତାଦାତା ଭାବେ ନିଯୁକ୍ତ ଦିଆଯାଇଥିଲା । ଜାତୀୟ ସୁରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ରଣନୀତି ପ୍ରସ୍ତୁତ କରିବାରେ ତାଙ୍କ ଭୂମିକାକୁ ସବୁବେଳେ ପ୍ରଂଶସା କରାଯାଇଥାଏ

ପ୍ରମୁଖ ରଣନୀତି
୨୦୧୪ରେ ଇରାକ ମୋସୁଲରୁ ୪୬ ଭାରତୀୟ ନର୍ସଙ୍କୁ ଉଦ୍ଧାର 
୨୦୧୬ରେ ପାକ୍ ଅଧିକୃତ କାଶ୍ମୀରରେ ଭାରତ ଆକ୍ରମଣର ରଣନୀତିକାର
ପାକିସ୍ତାନ ବିରୋଧରେ ରଣନୀତି ବନାଇବା 
୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ
ନାଗାଲାଣ୍ଡରେ ବିଦ୍ରୋହୀ  ସଙ୍ଗଠନଗୁଡିକ ସହ ଆଲୋଚନା ଓ ଶାନ୍ତି ପ୍ରତିଷ୍ଠା
୨୦୧୯ରେ ପାକିସ୍ତାନ କବଳରୁ ସେନା ଅଧିକାରୀ ଅଭିନନ୍ଦନଙ୍କୁ ମୁକୁଳାଇବା

ମୋଦିଙ୍କ ବିଶ୍ୱସ୍ତ ପରାମର୍ଶଦାତା କହିଲେ ପ୍ରଥମେ ଅଜିତ ଡୋଭାଲଙ୍କ ନାଁ ଆସିଥାଏ । ଦେଶର ଜାତୀୟ ସୁରକ୍ଷା ଓ ବୈଦେଶିକ ବ୍ୟାପାରରେ ଡୋଭାଲଙ୍କ ଭୂମିକା ଅଧିକ ବୋଲି କୁହାଯାଇପାରେ ।  ଡିଜିପି ସମ୍ମିଳନୀରେ  ଜାତୀୟ ସୁରକ୍ଷା ନେଇ ଦୁଇ ରଣନୀତିକାର ଅମିତ ଶାହା ଓ ଅଜିତ ଡୋଭାଲଙ୍କ ଭାଷଣକୁ ସମସ୍ତେ ଚାହିଁ ରହିବା ସ୍ୱାଭାବିକ ।