Naveen patnaik BJD Photograph: (KanakNews)
କନକ ବ୍ୟୁରୋ: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ୨ ଜଣଙ୍କ ନାଁ ଘୋଷଣା କଲା ବିଜେଡି । ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ଟିକେଟ୍ । ଏହି ଦୁଇ ଜଣଙ୍କ ନାଁରେ ଲାଗିଲା ମୋହର । ଦତ୍ତେଶ୍ବରଙ୍କୁ କମନ କ୍ୟାଣ୍ଡିଡେଟ୍ କହିଲେ ନବୀନ । ସଂତୃପ୍ତ ଆମ ଦଳର ପ୍ରର୍ଥୀ କହିଲେ ନବୀନ । ତେବେ ସମସ୍ତ ଦଳର ସମର୍ଥନ ଲୋଡିଲେ ନବୀନ ପଟ୍ଟନାୟକ । ସମସ୍ତେ ତାଙ୍କୁ ସମର୍ଥନ କରନ୍ତୁ ବୋଲି କହିଲେ ନବୀନ । ନବୀନଙ୍କୁ କୃତଜ୍ଞତା ଜଣାଇଲେ ସଂତୃପ୍ତ ମିଶ୍ର । କହିଲେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ନମ୍ରତାର ସହ ଗ୍ରହଣ କରୁଛି । ସମସ୍ତଙ୍କ ସହଯୋଗ କାମନା କରୁଛି ।
ଅଧିକ ପଢନ୍ତୁ: ରାଜ୍ୟସଭା ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ, ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି
ତେବେ କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ ସଂସଦର ଉଚ୍ଚସଦନକୁ ଯିବାକୁ ପାଇବ ଟିକେଟ, ତାକୁ ନେଇ ରାଜ୍ୟବାସୀ ଓ ରାଜନୀତିରେ ରୂଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ଠାରେ ଥିଲା ଉତ୍କଣ୍ଠା । ଏସବୁ ଭିତରେ ନବୀନ ନିବାସରେ ପ୍ରାର୍ଥୀ ନେଇ ଚାଲି ଥିଲା ଅଙ୍କକଷା । ନବୀନ ନିବାସରେ ଡାକ୍ତର ଦତ୍ତେଶ୍ବର ହୋତା ପହଞ୍ଚିବା ପରେ ବଢ଼ିଥିଲା ଚର୍ଚ୍ଚା । ସଂତୃପ୍ତ ମିଶ୍ର ବି ନବୀନ ନିବାସରେ ଥିଲେ । କାହାକୁ ରାଜ୍ୟସଭା ପାଇଁ ଟିକେଟ୍ ମିଳିବ ତାକୁ ନେଇ ଥିଲା ଅପେକ୍ଷା । ଶାସକ ଦଳ ବିଜେପି ଓ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ ଚାଲିଥିଲା ଜୋରଦାର କସରତ, ତିନି ଦଳରେ ଘନଘନ ଚାଲିଥିଲା ମାନସମନ୍ଥନ । ଏସବୁ ଭିତରେ ଆଜି ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି ।
Follow Us