ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ : ରାତି ୧୦ଟା ପରେ ଉଠିବ ମହାଦୀପ

Advertisment

ଆଜି ଜାଗର। ଦେବାଦି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ। ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେୁଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ। ସଜେଇ ହୋଇଛି ଲିଙ୍ଗରାଜଙ୍କ ମନ୍ଦିର

ଆଜି ଜାଗର। ଦେବାଦି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ। ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେୁଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ। ସଜେଇ ହୋଇଛି ଲିଙ୍ଗରାଜଙ୍କ ମନ୍ଦିର

SIBA

Photograph: (KanakNews )

କନକବ୍ୟୁରୋ : ଆଜି ଜାଗର। ଦେବାଦି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ। ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେୁଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ। ସଜେଇ ହୋଇଛି ଲିଙ୍ଗରାଜଙ୍କ ମନ୍ଦିର। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ସଠିକ ସମୟରେ ସମସ୍ତ ନୀତି ସମ୍ପାଦନ ଓ ମହାଦୀପ ଉଠିବା ନେଇ ନୀତିନିର୍ଘଣ୍ଟ ଧାର୍ଯ୍ୟ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସହମତି ହୋଇଛି ।

ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ବରଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମିଛି। କେତକୀ ଫୁଲରେ ସଜେଇ ହୋଇ ବଡ଼ସିଂହାର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର।  ବଲାଙ୍ଗୀରର ହରିଶଙ୍କର, ଢେଙ୍କାନାଳର କପିଳାସ, ଆରଡ଼ିର  ଆଖଣ୍ଡଳମଣି, କୋରାପୁଟର ଗୁପ୍ତେଶ୍ବର ପୀଠ ସମେତ ରାଜ୍ୟର ସମସ୍ତ ଶୈବପୀଠରେ ମହାଶିବରାତ୍ରୀ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।   ସେପଟେ ଆଜି ମଧ୍ୟ ଜାଗର ପାଇଁ ଶ୍ରୀ ଲିଙ୍ଗରାଜ ମନ୍ଦିର ରେ ଭକ୍ତଙ୍କ ପ୍ରବଳ ଭିଡ଼ । ମନ୍ଦିର ମୁଖ୍ୟ ଫାଟକ ଠାରୁ ଆରମ୍ଭ ହୋଇ ବଢେଇବାଙ୍କ ଛକ ପର୍ଯ୍ୟନ୍ତ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାଇ ଭୋର ୩ଟା ୩୦ରେ ପ୍ରଭୁ ଲିଙ୍ଗରାଜ ଙ୍କ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଛି । ସକାଳ ୩ ରୁ ୩.୩୦ ପର୍ଯ୍ୟନ୍ତ ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ଅନୁଷ୍ଠିତ ହୋଇଛି । ଆଜି ମହାଶିବରାତ୍ରି ପାଇଁ ଦିନ ୧୧ ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ସାହାଣ ମେଲା ଦର୍ଶନ ଦେଉଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ । ପ୍ରଥମେ ୩.୩୦ ଦ୍ଵାରା ଫିଟା ନୀତି ଠାରୁ ଆରମ୍ଭ କରି ସକାଳ ୫ ଟା ପର୍ଯ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ପ୍ରଭୁଙ୍କ ଦର୍ଶନ କରିବାକୁ ସୁଯୋଗ ମିଳିଥିଲା ।

ସକାଳ ୫ ଟା ପରେ ସାଧାରଣ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ଭକ୍ତଙ୍କ ପ୍ରବଳ ସମାଗମ କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସକାଳୁ ମନ୍ଦିରରେ ପହଞ୍ଚି ସୁରକ୍ଷା ଦାୟିତ୍ଵ ର ତଦାରଖ କରିଛନ୍ତି ଦୁଇ ଡିସିପି ଜଗମୋହନ ମିନ୍ନା ଓ ପିନାକ ମିଶ୍ର । ସୁରକ୍ଷା ଦାୟିତ୍ବରେ ମୁତୟନ ଅଛନ୍ତି ୪୮ ପ୍ଲାଟୁନ ଫୋର୍ସ । ଏହାସହ ୪ ଡିସିପି ପାହ୍ୟା ଅଧିକାରୀ, ୫ ଅତିରିକ୍ତ ଡିସିପି ପାହ୍ୟା ଅଧିକାରୀ, ୧୫ ଏସିପୀ, ୨୮ ଇନ୍ସପେକ୍ଟର ଏବଂ ୧୨୨ ଏସଆଇ ସୁରକ୍ଷା ଦାୟିତ୍ବରେ ଅଛନ୍ତି ।  ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟରିକେଡ ମଧ୍ୟରେ ଭକ୍ତଙ୍କୁ ଦର୍ଶନ କରିବାକୁ ଛଡାଯାଉଛି । ସକାଳ ପ୍ରହରୁ ଭକ୍ତଙ୍କ ଭିଡ଼ ମନ୍ଦିରର ସିଂହ ଦ୍ଵାର ରୁ ଆରମ୍ଭ ହୋଇ ବଢ଼େଇବାଙ୍କ ଛକ ପର୍ଯ୍ୟଙ୍କ ଲମ୍ବିଥିବା ଦେଖିବାକୁ ମିଳିଛି । 
--
ଟ୍ରାଫିକ କଟକଣା  
 ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଅତ୍ୟଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷକୁ ଟ୍ରାଫିକ କଟକଣା ଜାରି ହୋଇଛି।
-    ରଥରୋଡ ଓ ପୁନାମା ଗେଟ ପଟୁ ଆସୁଥିବା ଗାଡ଼ି ବିଏମ ହାଇସ୍କୁଲ ପଡ଼ିଆରେ ପାର୍କିଂ 
-    କେଦାରଗୌରୀ ମନ୍ଦିର ଆଡୁ ଆସୁଥିବା ଗାଡ଼ି କୋଟିତୀର୍ଥ ତରଙ୍ଗ କ୍ଲବ ପଛପଟେ ପାର୍କିଂ 
-    ସାମନ୍ତରାପୁର ଆଡୁ ଆସୁଥିବା ଗାଡ଼ି ଅନନ୍ତ ବାସୁଦେବ ମନ୍ଦିର ଉତ୍ତର ପାର୍ଶ୍ବରେ ରଖିବେ
-    କେଉଟ ସାହି ପଟୁ ଆସୁଥିବା ଗାଡ଼ି ଅନନ୍ତ ବାସୁଦେବ ପାର୍କିଂରେ ରଖିବେ 
-    ତାରାସୁନ୍ଦରୀ ରାସ୍ତା ପଟୁ ଆସୁଥିବା ଗାଡ଼ି ମୁନିସିପାଲିଟି ହସପିଟାଲ କିମ୍ବା ବିଏମ ହାଇସ୍କୁଲ ପଡ଼ିଆରେ ରଖିବେ 
-    କଳ୍ପନା ଛକ ଓ ମାଉସୀ ମା’ ପଟୁ ଆସୁଥିବା ଗାଡ଼ି ନୂଆ ବସଷ୍ଟାଣ୍ଡରେ ପାର୍କିଂ କରିବେ
-    ଅତିଥି ଓ ସରକାରୀ କର୍ମଚାରୀ ବଢେଇବାଙ୍କ ଠାରୁ ମୁନିସିପାଲିଟି ରାସ୍ତାରେ ପାର୍କିଂ କରିବେ  ଆଜି ଜାଗର ।

ଜାଗରରେ ମହାଦେବଙ୍କ ନିକଟରେ ଦୀପ ଲଗାଇବେ ଶ୍ରଦ୍ଧାଳୁ। ଏହାରି ଭିତରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସାତ ଶଙ୍ଖ ବଜ଼ାର କଡ଼ରେ ଭଳି କି ଭଳି ଦୀପର ପସରା ମେଲିଛି। ଭକ୍ତ ନେଇଯାଉଛନ୍ତି ଦୀପ, ବଳିତା, ପୋଲଙ୍ଗ ତେଲ, ଜଡ଼ା ତେଲ ଓ ଫୁଲ। ଦୀପ ୫ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ଦାମରେ ମିଳୁଅଛି! 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe