କନକବ୍ୟୁରୋ : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ବିଜୁ ବାବୁଙ୍କ ଜୟନ୍ତୀକୁ ଆଡମ୍ବର ସହକାରେ ପାଳନ କରିବେ ରାଜ୍ୟ ସରକାର । ଏଥିପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ  ।  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  । ଜୟଦେବ ଭବନରେ ହେବାକୁ ଥିବା ଜୟନ୍ତୀ ସମାରୋହରେ ଉପସ୍ଥିତ ରହିବାକୁ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି   ।    ଅନ୍ୟପଟେ ବିଜୁ ଜୟନ୍ତୀରେ ପଂଚାୟତିରାଜ ଦିବସ ପାଳନ ନକରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି  । 

Advertisment

ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି   ।   ସେପଟେ  ଆଜି ରାଜ୍ୟରେ ଖୋଲା ରହିବ ସମସ୍ତ ସ୍କୁଲ।  ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ବିଭାଗ ପକ୍ଷରୁ  ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି  ।   ଗତ ଦୁଇ ଦଶନ୍ଧି ଧରି ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା ।  କିନ୍ତୁ ଚଳିତଥର ଏପ୍ରିଲ ୨୪ରେ ପଞ୍ଚାୟତିରାଜ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି  ।   ତେଣୁ ଆଜି ରାଜ୍ୟର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଖୋଲାରହିବ।  କେବଳ ସ୍କୁଲ ନୁହେଁ, ଆଜି ସବୁ ସରକାରୀ କାର୍ଯ୍ୟାଳୟ ମଧ୍ୟ ଖୋଲାରହିବ । 
---