କନକ ବ୍ୟୁରୋ: ଲଗାଣ ବର୍ଷା ପାଇଁ ତିନି ଜିଲ୍ଲାରେ ସ୍କୁଲ ଛୁଟି । ମାଲକାନଗିରି ଓ ଗଞ୍ଜାମ ପରେ କୋରାପୁଟ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । କୋରାପୁଟ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । କେବଳ ଆଜି ଗୋଟିଏ ଦିନ ଜିଲ୍ଲାର ସବୁ ବିଦ୍ୟାଳୟ ବନ୍ଦ ରହିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।
ଅଙ୍ଗନବାଡ଼ି କେନ୍ଦ୍ରରେ ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଇଛି । ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ କର୍ମକ୍ଷେତ୍ରରେ ସଜାଗ ରହିବା ପାଇଁ କୁହାଯାଇଛି । କୌଣସି ପ୍ରକାର ଜରୁରୀକାଳୀନ ସ୍ଥିତି ଉପୁଜିଲେ ତୁରନ୍ତ ସୁପରଭାଇଜର, ସିଡିପିଓ ଏବଂ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ କୁହାଯାଇଛି ।