ଅପରେସନ୍ ସିନ୍ଦୂର ପରେ ଆଜି ବସିବ ସର୍ବଦଳୀୟ ବୈଠକ: ଆଗାମୀ ରଣନୀତିକୁ ନେଇ ହେବ ଚର୍ଚ୍ଚା

ଜାମ୍ମୁ କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଜବାବ ଦେଇ ଭାରତୀୟ ସେନା ଅପରେସନ ସିନ୍ଦୂର ଲଞ୍ଚ କରିଛନ୍ତି । ଏହି ଅପରେସନ ମାଧ୍ୟମରେ ଭାରତୀୟ ସେନା ପାକିସ୍ତାନର ପଞ୍ଜାବ ପ୍ରାନ୍ତ ଓ ପିଓକରେ ଥିବା ଆତଙ୍କୀ ଆଡ୍ଡା ଉଡ଼ାଇଦେଇଛନ୍ତି ।

16meeting

Photograph: (kanak news)

କନକ ବ୍ୟୁରୋ: ଜାମ୍ମୁ କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଜବାବ ଦେଇ ଭାରତୀୟ ସେନା ଅପରେସନ ସିନ୍ଦୂର ଲଞ୍ଚ କରିଛନ୍ତି । ଏହି ଅପରେସନ ମାଧ୍ୟମରେ ଭାରତୀୟ ସେନା ପାକିସ୍ତାନର ପଞ୍ଜାବ ପ୍ରାନ୍ତ ଓ ପିଓକରେ ଥିବା ଆତଙ୍କୀ ଆଡ୍ଡା ଉଡ଼ାଇଦେଇଛନ୍ତି । ଏହି ଅପରେସନ ପରେ ସେନାର ସାହସ ଓ ପରାକ୍ରମକୁ ସମସ୍ତ ରାଜନୈତିକ ଦଳ ପ୍ରଶଂସା କରିଛନ୍ତି । ଏବେ ଭାରତ ସରକାର ସର୍ବ ଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ଅପରେସନ ସିନ୍ଦୂର ବାବଦରେ ସମସ୍ତ ରାଜନୈତିକ ଦଳଙ୍କୁ ସୂଚନା ଦିଆଯିବ । 
କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜିଜୁ ସୋସିଆଲମିଡିଆ ପ୍ଲାଟଫର୍ମରେ ସର୍ବଦଳୀୟ ବୈଠକ ନେଇ ସୂଚନା ଦେଇଛନ୍ତି । ସୂଚନା ମୁତାବକ ସର୍ବଦଳୟୀ ବୈଠକରେ ସରକାରଙ୍କ ତରଫରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରଣ ରିଜ୍ଜିଜୁ ସାମିଲ ହେବେ । ଏହି ବୈଠକର ଅଧ୍ୟକ୍ଷତା କରିବେ ରାଜନାଥ ସିଂ । ଏଥିରେ ଅପରେସନ ସିନ୍ଦୂରର ସମସ୍ତ ସୂଚନା ଦିଆଯିବା ସହ ଭବିଷ୍ୟତ ପ୍ଲାନ ବିଷୟରେ କୁହାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe