ଆରମ୍ଭ ହେଲା ସର୍ବଦଳୀୟ ବୈଠକ : ଉପସ୍ଥିତ ରହିଲେ ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧୀଦଳର ନେତା

ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ବୈଠକ ।  ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା,ଆଇନ ମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉପସ୍ଥିତ ରହିଛନ୍ତି  ।  ଏଥିସହ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ହୋଇପାରେ ବିଧାନସଭା । ଆମ୍ବଟାକୁଆରୁ ଗନ୍ଧମାର୍ଦ୍ଦନ ଯାଏଁ ସବୁ ପ୍ରସଙ୍ଗକୁ ମୁଦା କରିପାରନ୍ତି ବିରୋଧୀ

3444444

କନକବ୍ୟୁରୋ : ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ଗୃହ ସୁରଖୁରୁରେ ଚାଲିବା ନେଇ ବୈଠକରେ ଆଲୋଚନା ହୋଇପାରେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିବେ ।

ବିଜେପି ସରକାରର ଏହା ଦ୍ବିତୀୟ ଅଧିବେଶନ । ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଆଣିବେ ଅତିରିକ୍ତ ବଜେଟ । ସେପଟେ ଆଜି ତିନି ଦଳର ବିଧାୟକ ଦଳ ବୈଠକ ବସିବ । ୧୧ଟା ୪୫ ରେ ବସିବ ବିଜେପି ବିଧାୟକ ଦଳ ବୈଠକ  । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

ଅପରାହ୍ନ ୫ଟାରେ ବସିବ ବିଜେଡି ବିଧାୟକ ଦଳ ବୈଠକ ।  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବସିବ ବୈଠକ ।  ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ସନ୍ଧ୍ୟା ୬ ଟାରେ ବସିବ । କଂଗ୍ରେସ ଦଳ ନେତାଙ୍କ ବିଧାନସଭା କକ୍ଷରେ ବସିବ ବୈଠକ । ଅନ୍ୟପଟେ ୧୧ଟା ୪୦ରେ ସୁରକ୍ଷା ସ୍ଥିତି ପରଖିବେ ପୋଲିସ ମହାନିର୍ଦ୍ଦେଶକ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe