କନକ ବ୍ୟୁରୋ: ବିଶ୍ୱ ଜାଣିବ ଅପରେସନ୍ ସିନ୍ଦୂରର ସନ୍ଦେଶ । ଆଜି ବିଦେଶ ଯାଇଛନ୍ତି ୨ଟି ପ୍ରତିନିଧି ମଣ୍ଡଳୀ । ଜେଡିୟୁ ସାଂସଦ ସଞ୍ଜୟ ଝା ଓ ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ଆଜି ବିଦେଶ ଗସ୍ତ କରିଛନ୍ତି । ସଞ୍ଜୟ ଝାଙ୍କ ନେତୃତ୍ୱରେ ଟିମ୍ ଜାପାନ, ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ଯାଇଛନ୍ତି । ଏହି ଟିମ୍ରେ ବିଜେପିର ଅପରାଜିତା ଷଡ଼ଙ୍ଗୀ, ଟିଏମ୍ସିର ଅଭିଷେକ ବାନାର୍ଜୀଙ୍କ ଭଳି ସାଂସଦ ରହିଛନ୍ତି । ସେହିପରି ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଟିମ୍ ୟୁଏଇ, ଲାଇବେରିଆ ଯାଇଛନ୍ତି । ଆସନ୍ତାକାଲି କାନିମୋଝୀଙ୍କ ନେତୃତ୍ୱରେ ଟିମ୍ ବିଦେଶ ଗସ୍ତରେ ଯିବ । ଏହି ଟିମ୍ ପ୍ରଥମେ ଋଷ ଯିବ । ଏହାପରେ ସ୍ଲୋଭାନିଆ, ଗ୍ରିସ୍ ଓ ଲାବ୍ୟା ଯିବ । ଅପରେସନ ସିନ୍ଦୂର ସମ୍ବନ୍ଧରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର କାର୍ଯ୍ୟକ୍ରମ ହେଉଛି । ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ବିଦେଶୀ ରାଷ୍ଟ୍ରଙ୍କୁ ଅବଗତ କରାଯିବ । ଏଥିପାଇଁ ୭ ଜଣିଆ ପ୍ରତିନିଧି ଦଳ ଗଠନ କରାଯାଇଛି ।
ବିଦେଶ ଗସ୍ତରେ ସର୍ବଦଳୀୟ ଟିମ୍, ବିଶ୍ବ ଦରବାରରେ ଖୋଲିବ ପାକିସ୍ତାନ ଷଡ଼୍ଯନ୍ତ୍ର ମୁଖା
Advertisment
Follow Us