କନକ ବ୍ୟୁରୋ: ବିଶ୍ୱ ଜାଣିବ ଅପରେସନ୍ ସିନ୍ଦୂରର ସନ୍ଦେଶ । ଆଜି ବିଦେଶ ଯାଇଛନ୍ତି ୨ଟି ପ୍ରତିନିଧି ମଣ୍ଡଳୀ । ଜେଡିୟୁ ସାଂସଦ ସଞ୍ଜୟ ଝା ଓ ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ଆଜି ବିଦେଶ ଗସ୍ତ କରିଛନ୍ତି । ସଞ୍ଜୟ ଝାଙ୍କ ନେତୃତ୍ୱରେ ଟିମ୍ ଜାପାନ, ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ଯାଇଛନ୍ତି । ଏହି ଟିମ୍ରେ ବିଜେପିର ଅପରାଜିତା ଷଡ଼ଙ୍ଗୀ, ଟିଏମ୍ସିର ଅଭିଷେକ ବାନାର୍ଜୀଙ୍କ ଭଳି ସାଂସଦ ରହିଛନ୍ତି । ସେହିପରି ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଟିମ୍ ୟୁଏଇ, ଲାଇବେରିଆ ଯାଇଛନ୍ତି । ଆସନ୍ତାକାଲି କାନିମୋଝୀଙ୍କ ନେତୃତ୍ୱରେ ଟିମ୍ ବିଦେଶ ଗସ୍ତରେ ଯିବ । ଏହି ଟିମ୍ ପ୍ରଥମେ ଋଷ ଯିବ । ଏହାପରେ ସ୍ଲୋଭାନିଆ, ଗ୍ରିସ୍ ଓ ଲାବ୍ୟା ଯିବ । ଅପରେସନ ସିନ୍ଦୂର ସମ୍ବନ୍ଧରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର କାର୍ଯ୍ୟକ୍ରମ ହେଉଛି । ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ବିଦେଶୀ ରାଷ୍ଟ୍ରଙ୍କୁ ଅବଗତ କରାଯିବ । ଏଥିପାଇଁ ୭ ଜଣିଆ ପ୍ରତିନିଧି ଦଳ ଗଠନ କରାଯାଇଛି ।
ବିଦେଶ ଗସ୍ତରେ ସର୍ବଦଳୀୟ ଟିମ୍, ବିଶ୍ବ ଦରବାରରେ ଖୋଲିବ ପାକିସ୍ତାନ ଷଡ଼୍ଯନ୍ତ୍ର ମୁଖା
ଅପରେସନ୍ ସିନ୍ଦୂର ସମ୍ପର୍କରେ ଜଣାଇବାକୁ ବିଦେଶ ଗସ୍ତରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ । ସଂଜୟ ଝା ଓ ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଗଲା ଟିମ୍ । ଟିମ୍ରେ ରହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।
/kanak/media/media_files/2025/05/21/3jScPD9rDYZaRLLz3qWt.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)