ବିଧାନସଭା ଆଗରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ଆନ୍ଦୋଳନ । ବକେୟା ଦରମା ଦାବିରେ ଲୋୟର ପିଏମଜିରେ ଗର୍ଜନ

Advertisment

୬ ମାସର ବକେୟା ଦରମା ପାଇବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟ। ବର୍ଷବର୍ଷ ଧରି କାମ କରିବା ପରେ ପୁନଃନିର୍ମାଣ ଆଳରେ ସେମାନଙ୍କୁ ଛଟେଇ କରିବା ଓ ନ୍ୟାୟ ନଦେବାରୁ ରାଜଧାନୀ ରାସ୍ତାକୁ ଆସିଛନ୍ତି।

୬ ମାସର ବକେୟା ଦରମା ପାଇବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟ। ବର୍ଷବର୍ଷ ଧରି କାମ କରିବା ପରେ ପୁନଃନିର୍ମାଣ ଆଳରେ ସେମାନଙ୍କୁ ଛଟେଇ କରିବା ଓ ନ୍ୟାୟ ନଦେବାରୁ ରାଜଧାନୀ ରାସ୍ତାକୁ ଆସିଛନ୍ତି।

41y

କନକ ବ୍ୟୁରୋ :  ଗାନ୍ଧୀମାର୍ଗରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ଆନ୍ଦୋଳନ। ବିଧାନସଭା ସମ୍ମୁଖରେ ଏକାଠି ହେଲେ ହଜାର ହଜାର ମହିଳା। ୬ ମାସର ବକେୟା ଦରମା ପାଇବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟ। ବର୍ଷବର୍ଷ ଧରି କାମ କରିବା ପରେ ପୁନଃନିର୍ମାଣ ଆଳରେ ସେମାନଙ୍କୁ ଛଟେଇ କରିବା ଓ ନ୍ୟାୟ ନଦେବାରୁ ରାଜଧାନୀ ରାସ୍ତାକୁ ଆସିଛନ୍ତି। ୬ ଦଫା ଦାବି ରଖିଛନ୍ତି। ଭାରତୀୟ ଶ୍ରମ ସମ୍ମିଳନୀର ୪୫ ଓ ୪୬ ତମ ସୁପାରିଶ ଭିତିରେ ୱାର୍କର ମାନ୍ୟତା ଦାବି କରିଛନ୍ତି। ଜୀବିକା ମିଶନ ଓ ମିଶନ ଶକ୍ତି ସମସ୍ତ ସ୍କିମ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି ଜୋର ଧରିଛି। ଲୋୟର ପିଏମଜିରେ ଆନ୍ଦୋଳନକାରୀ ବିଧାନସଭା ଆଡ଼କୁ ବଢୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe