କନକ ବ୍ୟୁରୋ : ଗାନ୍ଧୀମାର୍ଗରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ଆନ୍ଦୋଳନ। ବିଧାନସଭା ସମ୍ମୁଖରେ ଏକାଠି ହେଲେ ହଜାର ହଜାର ମହିଳା। ୬ ମାସର ବକେୟା ଦରମା ପାଇବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟ। ବର୍ଷବର୍ଷ ଧରି କାମ କରିବା ପରେ ପୁନଃନିର୍ମାଣ ଆଳରେ ସେମାନଙ୍କୁ ଛଟେଇ କରିବା ଓ ନ୍ୟାୟ ନଦେବାରୁ ରାଜଧାନୀ ରାସ୍ତାକୁ ଆସିଛନ୍ତି। ୬ ଦଫା ଦାବି ରଖିଛନ୍ତି। ଭାରତୀୟ ଶ୍ରମ ସମ୍ମିଳନୀର ୪୫ ଓ ୪୬ ତମ ସୁପାରିଶ ଭିତିରେ ୱାର୍କର ମାନ୍ୟତା ଦାବି କରିଛନ୍ତି। ଜୀବିକା ମିଶନ ଓ ମିଶନ ଶକ୍ତି ସମସ୍ତ ସ୍କିମ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି ଜୋର ଧରିଛି। ଲୋୟର ପିଏମଜିରେ ଆନ୍ଦୋଳନକାରୀ ବିଧାନସଭା ଆଡ଼କୁ ବଢୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଛି।
ବିଧାନସଭା ଆଗରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ଆନ୍ଦୋଳନ । ବକେୟା ଦରମା ଦାବିରେ ଲୋୟର ପିଏମଜିରେ ଗର୍ଜନ
୬ ମାସର ବକେୟା ଦରମା ପାଇବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟ। ବର୍ଷବର୍ଷ ଧରି କାମ କରିବା ପରେ ପୁନଃନିର୍ମାଣ ଆଳରେ ସେମାନଙ୍କୁ ଛଟେଇ କରିବା ଓ ନ୍ୟାୟ ନଦେବାରୁ ରାଜଧାନୀ ରାସ୍ତାକୁ ଆସିଛନ୍ତି।
/kanak/media/media_files/rj96py1TxNQ9gIRrqwBx.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)