Fire Safety Contractor Association Photograph: (KanakNews)
କନକ ବ୍ୟୁରୋ: କଟକରେ Odisha Fire Safety Contractors Associationର ଏକ ଜରୁରୀ କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀ ଉଦୟ ଚାନ୍ଦ ମଲ୍ଲିକଙ୍କ ପୌରହିତରେ ଉକ୍ତ ବୈଠକରେ କାର୍ଯ୍ୟ ନିର୍ବାହୀ ସଦସ୍ୟମାନେ ଯୋଗ ଦେଇ ଗତ ୪ତାରିଖରେ ଓଡ଼ିଶା ଗୃହ ବିଭାଗ ଦ୍ୱାରା ପ୍ରକାଶ ପାଇଥିବା ଵିଜ୍ଞପ୍ତି ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।
ଉକ୍ତ ଵିଜ୍ଞପ୍ତିରେ ଓଡିଶାରେ ଅଗ୍ନି ନିରାପତ୍ତାରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ପାଇଁ ଲାଇସେନ୍ସ ପ୍ରକ୍ରିୟା କରଣର ସରଳି କରଣ ପାଇଁ ଡିଜି ଙ୍କୁ ଦିଆଯାଇଥିବା ଦାବି ପତ୍ର ଉପରେ ସରକାର ଏହାର ଆସୁ ସମାଧାନ କରିଥିବାରୁ ସଦସ୍ୟ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା । ସିସିଏସନର ଦାବି ପତ୍ର ଉପରେ ସରକାରଙ୍କ ତରଫରୁ ଆବଶ୍ୟକ ବିହିତ ସଂଶୋଧନ କରାଯାଇଥିବାରୁ ମାନ୍ୟବର ଡିଜି ଡ଼କ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସମ୍ପାଦକ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର, ଆସୋସିଏସନର ସମସ୍ତ କର୍ମ କର୍ତ୍ତାଙ୍କ ପକ୍ଷରୁ ସରକାର ଏବଂ ମାନ୍ୟବର ଡିଜିଙ୍କ ଉଦେଶ୍ୟରେ ଏକ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇଥିଲା ।
Follow Us