କନକ ବ୍ୟୁରୋ : ଗୁଜରାଟରେ ହଠାତ୍ ଏକ ବଡ଼ ରାଜନୈତିକ ହଲଚଲ୍ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କ୍ୟାବିନେଟର ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ସମସ୍ତେ ଦେଲେ ଇସ୍ତଫା । କାଲି ଗୁଜରାଟରେ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ , ଦିନ ୧୧ଟାରେ ମନ୍ତ୍ରୀମାନେ ନେବ ଶପଥ । ସୂଚନା ଅନୁସାରେ , କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ ଦଳର ବରିଷ୍ଠ ନେତାମାନେ ମନ୍ତ୍ରୀମାନଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ । ଏହା ପରେ, ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିଥିଲେ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଜି ରାତିରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫାପତ୍ର ଦାଖଲ କରିବେ । ଏହି ପଦକ୍ଷେପ ରାଜ୍ୟରେ ସମ୍ଭାବ୍ୟ କ୍ୟାବିନେଟ୍ ବିସ୍ତାରର ଏକ ଅଂଶ ବୋଲି ବିଶ୍ୱାସ କରାଯାଉଛି । ତଥାପି, ଏହି ଘଟଣା ଉପରେ ବିଜେପି କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ ।
ଗୁଜରାଟରେ ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ
— Kanak News (@kanak_news) October 16, 2025
ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼଼ି ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ
ଆସନ୍ତାକାଲି ହେବ ନୂଆ କ୍ୟାବିନେଟ୍ ଗଠନ #GujaratPolitics#CabinetReshuffle#BreakingNews#GujaratCM#NewCabinet#PoliticalUpdate#IndianPolitics#KanakNewspic.twitter.com/2AaqmuNauF
ଆସନ୍ତାକାଲି ହେବ କ୍ୟାବିନେଟ୍ ସମ୍ପ୍ରସାରଣ
ସୂଚନା ଅନୁସାରେ, ଶୁକ୍ରବାର ସକାଳ ୧୧:୩୦ ରେ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ନୂତନ ମନ୍ତ୍ରୀ ପରିଷଦ ଶପଥ ଗ୍ରହଣ କରିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଉପସ୍ଥିତ ରହିବେ।