ମାଗଣାରେ ବାଣ୍ଟିବାରେ ମାତିଛନ୍ତି ସବୁ ସରକାର:  ଦୋହଲିଗଲାଣି ଅର୍ଥନୀତି, ତଥାପି ନାହିଁ କାହାର ନିଘା

Advertisment

ସୁପ୍ରିମକୋର୍ଟଙ୍କ ଉଦବେଗ ପରେ ତେଜିଲା ରାଜନୀତି । ଭୋଟ୍ ନୁହେଁ ଦେଶ କଥା କେବେ ଚିନ୍ତା କରିବେ ରାଜନୈତିକ ଦଳ ।

ସୁପ୍ରିମକୋର୍ଟଙ୍କ ଉଦବେଗ ପରେ ତେଜିଲା ରାଜନୀତି । ଭୋଟ୍ ନୁହେଁ ଦେଶ କଥା କେବେ ଚିନ୍ତା କରିବେ ରାଜନୈତିକ ଦଳ ।

free rice distribution

free rice distribution Photograph: (kanaknews)

କନକ ବ୍ୟୁରୋ: ମାଗଣା ବିଜୁଳି, ମାଗଣା ଚାଉଳ, ମାଗଣା ବସ୍‌ସେବା । ଏମିତି ଅନେକ କିଛି ମାଗଣା ଯୋଜନାର ସୁବିଧା ପାଇ ହିତାଧିକାରୀ ଖୁସି । କେବଳ ଓଡ଼ିଶାରେ ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ମାଗଣା ଯୋଜନା ବାଣ୍ଟୁଛନ୍ତି ସରକାର । ହେଲେ ଏହାର ପ୍ରଭାବ ଯେ କେତେ ଭୟଙ୍କର ରୂପ ଧାରଣ କଲାଣି ତାହା ଉପରେ କାହାର ନିଘା ନାହିଁ । କିନ୍ତୁ, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମାଗଣା ଯୋଜନାକୁ ଉଦବେଗ ପ୍ରକାଶ କରିଛନ୍ତି । ଆଉ ସିଧାସଳଖ କହିଛନ୍ତି, ନିର୍ବାଚନ ପୂର୍ବରୁ ମାଗଣା ଯୋଜନା ଆରମ୍ଭ କରି କି ପରମ୍ପରା ସୃଷ୍ଟି କରୁଛନ୍ତି ସରକାର । 

ଅଧିକ ପଢନ୍ତୁ: ଚାଲିଲେ ମିଳୁଛି ମାଗଣା ଚାଉଳ । ମାଗଣା ଚାଉଳ ପାଇଁ ହଇରାଣ ହେଉଛନ୍ତି ବାଂଶପାଳ ମୁଣ୍ଡତୋପା ଗ୍ରାମବାସୀ


ମାଗଣା ଯୋଜନା ବାଣ୍ଟି ବାଣ୍ଟି ବିଭିନ୍ନ ରାଜ୍ୟର ଆର୍ଥିକ ସ୍ଥିତି ଖରାପ । ଅର୍ଥନୀତି ଦୋହଲି ଗଲାଣି  । ଅଥଚ ମାଗଣା ଯୋଜନାର ମୋହ ଯାଉନି। ଠିକ୍ ନିର୍ବାଚନ ପୂର୍ବରୁ ମାଗଣା ଯୋଜନା ଘୋଷଣା କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଭରପୁର ଚେଷ୍ଟା କରୁଛନ୍ତି ରାଜନୈତିକ ଦଳ। ଏହି ପ୍ରସଙ୍ଗକୁ ନେଇ ଅନେକ ସମୟରେ ବିତର୍କ ଦେଖିବାକୁ ମିଳେ। ହେଲେ ଏବେ ସୁପ୍ରିମକୋର୍ଟ ଯେଉଁ ଟିପ୍ପଣୀ ରଖିଛନ୍ତି ତାହା ଏହି ବିତର୍କକୁ ବଳ ଦେଇଛି। ସୁପ୍ରିମକୋର୍ଟ ସିଧାସଳଖ କହିଛନ୍ତି, ଯଦି ସରକାର ସବୁ କିଛି ମାଗଣାରେ ଯୋଗାଇଦେବେ ଲୋକେ କାମ କାହିଁକି କରିବେ? ବିକାଶମୂଳକ କାମ ବଦଳରେ କେବଳ ଦରମା ଓ ମାଗଣା ଯୋଜନା ବାଣ୍ଟିବାରେ ସରକାର ବ୍ୟସ୍ତ।  ତାମିଲନାଡୁରେ ସମସ୍ତଙ୍କ ପାଇଁ ମାଗଣା ବିଜୁଳି ଘୋଷଣା ମାମଲାରେ କିଛି ଏଭଳି ମତ ରଖିଛନ୍ତି ସୁପ୍ରିମକୋର୍ଟ। ନିର୍ବାଚନ ଆଇନରେ ପରିବର୍ତ୍ତନ ଆଣି ଏଥିରେ ରୋକ ଲଗାଇବାକୁ ଦାବି କରିଛନ୍ତି ବରିଷ୍ଠ ସାମ୍ବାଦିକ ।
 
ପଞ୍ଜାବ, ଦିଲ୍ଲୀ, ଝାଡ଼ଖଣ୍ଡ, ରାଜସ୍ଥାନ, ହିମାଚଳପ୍ରଦେଶ, ବିହାର ଭଳି ରାଜ୍ୟରେ କିଛି ୟୁନିଟ୍ ଯାଏଁ ମାଗଣା ବିଜୁଳି ବାଣ୍ଟୁଛନ୍ତି ସରକାର। ଦିଲ୍ଲୀରେ ମହିଳାଙ୍କ ପାଇଁ ମାଗଣା ବସ୍‌ ଯାତ୍ରା, ମଧ୍ୟପ୍ରଦେଶ, ହରିୟାଣା, ବିହାର, ତାମିଲନାଡୁରେ ମହିଳାଙ୍କୁ ଆର୍ଥିକ ସହାୟତା, ଛତିଶଗଡ଼ରେ ଗ୍ୟାସ୍‌ ସିଲିଣ୍ଡରରେ ସବ୍‌ସିଡି ଦେଉଛନ୍ତି ସରକାର। ଓଡ଼ିଶା ମଧ୍ୟ ମାଗଣା ଯୋଜନାରେ ବଜେଟର ସିଂହଭାଗ ଅର୍ଥ ଖର୍ଚ୍ଚ କରୁଛି । ସୁଭଦ୍ରା ଓ ଇନପୁଟ୍ ସବ୍‌ସିଡି ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ଯାହା ରାଜ୍ୟ ଅର୍ଥନୀତିକୁ ଭୟଙ୍କର ଭାବେ ପ୍ରଭାବିତ କରୁଛି। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ । ମାଗଣା ଯୋଜନା ପାଇଁ ଦେଶର ଅନେକ ରାଜ୍ୟ ବିତ୍ତୀୟ ନିଅଣ୍ଟର ସାମ୍ନା କରୁଛନ୍ତି। ହେଲେ ଭୋଟ୍‌ବ୍ୟାଙ୍କ ଭାଙ୍ଗିବା ଭୟରେ ମାଗଣା ଯୋଜନା ମୋହରୁ ବାହାରି ପାରୁନାହାନ୍ତି ରାଜନୈତିକ ଦଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe