କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଖୁସି ଖବର । ଚାଷୀଙ୍କୁ ମିଳିବ କ୍ଷୟକ୍ଷତି ସହାୟତା । ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଦିନିଆ ବର୍ଷାରେ ହେକ୍ଟର ହେକ୍ଟର ଚାଷ ଜମୀ ନଷ୍ଟ ହୋଇଛି । ଅମଳ ସମୟରେ ଅଦିନିଆ ବର୍ଷା ସୁନାର ଫସଲକୁ ନଷ୍ଟ କରିଦେଇଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । କେମିତି ଋଣ ପରିସଦ କରିବେ ସେନେଇ ଚିନ୍ତାରେ ପଡିଥିବା ବେଳେ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି ।
ପ୍ରେସମିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଦିନିଆ ବର୍ଷା ପାଇଁ ଖରିଫ ଫସଲ ନଷ୍ଟ ହୋଇଛି । ୨୦ରୁ ୨୮ ତାରିଖ ମଧ୍ୟରେ ଅଦିନିଆ ବର୍ଷା ହୋଇଛି । ୩୦ତାରିଖ ଭିତରେ କ୍ଷୟକ୍ଷତି ସଠିକ ଆକଳନ ସରିବ । ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ । ବିଭାଗୀୟ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ବୀମା କମ୍ପାନୀଙ୍କୁ ସହାୟତା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା କାଲି ସୁଦ୍ଧା କ୍ଷତିଗ୍ରସ୍ତ ଚାଷୀ ସୂଚନା ଦେବାକୁ ଅରୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । କୃଷି ରକ୍ଷକ ପୋର୍ଟାଲରେ କ୍ଷତିଗ୍ରସ୍ତ ଚାଷୀ ପଞ୍ଜିକରଣ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।