କନକ ବ୍ୟୁରୋ: ଏବେ ବିହାର ରାଜନିତୀ ଦେଶରେ ଟ୍ରେଣ୍ଡିଂରେ ରହିଛି । ଏଥର ବିଧାନସଭା ନିର୍ବାଚନର ହେଭି-ୱେଟ ସିଟ୍ ‘ରଫିଗଞ୍ଜ ’ ଉପରେ ନଜର ରହିବ । ଏହି ଆସନରେ କଣ ରହିଛି ସମୀକରଣ ? କିଏ ମାରିବ ବାଜି ଏବଂ ଆଗରୁ ଏ ଆସନରେ କିଏ କେତେ ଥର ମାରିଥିଲା ବାଜି, ତାହାକୁ ନେଇ ଏବେଠୁ ଆଲୋଚନା ଆରମ୍ଭ ହେଲାଣି । 

Advertisment

ବିହାରର ରଫିଗଞ୍ଜ ବିଧାନସଭା ଆସନ । ଏହି ଆସନର ବର୍ତ୍ତମାନର ବିଧାୟକ ହେଉଛନ୍ତି ଆରଜେଡିର ମହମ୍ମଦ ନେହାଲୁଦ୍ଦିନ । ବିହାରରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଯେକୌଣସି ସମୟରେ ତାରିଖ ଘୋଷଣା ହୋଇପାରେ । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ରାଜନୈତିକ ତାପମାତ୍ରା ଏବେ ଠାରୁ ଅଧିକ । ଆସନ ବଣ୍ଟନକୁ ନେଇ ଦୁଇ ପ୍ରମୁଖ ମେଣ୍ଟ ମଧ୍ୟରେ ବିବାଦ ଜାରି ରହିଛି । ଔରଙ୍ଗାବାଦ ବିହାରର ୩୮ ଟି ଜିଲ୍ଲା ମଧ୍ୟରୁ ଗୋଟିଏ । ଔରଙ୍ଗାବାଦ ଜିଲ୍ଲା ଦୁଇଟି ସବଡିଭିଜନ ଏବଂ ୧୧ଟି ବ୍ଲକରେ ବିଭକ୍ତ । ଜିଲ୍ଲାରେ ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅଛି ତା’ମଧ୍ୟରୁ ରଫିଗଞ୍ଜ ଗୋଟିଏ । ୧୯୫୨ ମସିହାରେ ଅସ୍ତିତ୍ୱ ପାଇଥିଲା ରଫିଗଞ୍ଜ । ଯଦି ୨୦୧୦ ନିର୍ବାଚନ ଦେଖିବା ଏହି ଆସନରୁ ଜେଡିୟୁ ପ୍ରାର୍ଥୀ ବିଜୟୀ ହୋଇଥିଲେ । ୨୦୧୫ ନିର୍ବାଚନରେ, ଜେଡିୟୁର ଅଶୋକ କୁମାର ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଥିଲେ । ସେ ଏଲ୍‌ଜେପିର ପ୍ରମୋଦ କୁମାର ସିଂହଙ୍କୁ ୯ ହଜାର ୫୨୫ ଭୋଟରେ ପରାସ୍ତ କରିଥିଲେ ।୨୦୨୦ରେ ପୁଣି ଆରଜେଡିର ଦଖଲକୁ ଯାଇଥିଲା  ରଫିଗଞ୍ଜ ।
 
ତେବେ ଏହି ଆସନରେ ପୂର୍ବ ୬ଟି ନିର୍ବାଚନରେ ନୀତିଶ ଓ ଲାଲୁଙ୍କ ଦଳ ହିଁ ବାଜିମାତ୍‌ କରିଛି ।ତିନିଥର ଜେଡିୟୁ ଏବଂ ୩ଥର ଆରଜେଡି ପ୍ରାର୍ଥୀ ଜିତିଛନ୍ତି । ୨୦୨୦ ନିର୍ବାଚନରେ ଆରଜେଡିର ନେହାଲୁଦ୍ଦିନଙ୍କ ହ୍ୟାଟ୍ରିକ୍‌ ବିଜୟ ହୋଇଥିଲା । ରଫିଗଞ୍ଜରେ ସବୁଠାରୁ ଅଧିକ କଂଗ୍ରେସର ରାଜ୍‌ ଚାଲିଛି, ସର୍ବାଧିକ ୬ ଥର ଜିତିଛନ୍ତି କଂଗ୍ରେସ ପ୍ରାର୍ଥୀ । ନିର୍ବାଚନ ସମୀକରଣକୁ ଦେଖିଲେ କଂଗ୍ରେସ ସବୁଠାରୁ ଅଧିକ ୬ଥର ଜିତିଥିବା ବେଳେ ଆରଜେଡି ୩ ଓ ଜେଡିୟୁ ୨ ଥର ବିଜୟୀ ହୋଇଛନ୍ତି । ଆଉ ଏଥର ନୀତିଶଙ୍କ ଦଳ ରଫିଗଞ୍ଜ ଆସନ ପାଇଁ ଜୋରଦାର ପ୍ରଚାର ଚଳାଇଛି ।