କନକ ବ୍ୟୁରୋ: ସମ୍ମାନଜନକ ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡମିଣ୍ଟନରେ ଭାରତର ଆଶା ବଜାୟ ରଖିଛନ୍ତି ଲକ୍ଷ୍ୟ ସେନ୍ । ସେ ଚୀନ ଖେଳାଳି ତଥା ବିଶ୍ବର ୬ ନମ୍ବର ମାନ୍ୟତାପ୍ରାପ୍ତ ଲି ସି ଫେଙ୍ଗ୍ଙ୍କୁ ହରାଇ ପୁରୁଷ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ କାନାଡାର ଭିକ୍ଟର ଲାଇଙ୍କୁ ଭେଟିବେ।
ଆହୁରି ପଢ଼ନ୍ତୁ... ବିଶ୍ବାସ ନା ଅନ୍ଧବିଶ୍ବାସ? ଭାଗ୍ୟ ବଦଳାଇବାକୁ ହୋଟେଲ ବଦଳାଇଲା ଟିମ୍ ଇଣ୍ଡିଆ!
ଶୁକ୍ରବାର ୟୁଟିଲିଟା ଏରିନା ଇଣ୍ଡୋର୍ ଷ୍ଡାଡିୟମ୍ରେ ଅନୁଷ୍ଠିତ କ୍ବାର୍ଟର ଫାଇନାଲ୍ରେ ବିଶ୍ବର ୧୨ ନମ୍ବର ଲକ୍ଷ୍ୟ ଲି ପେଙ୍ଗ୍ଙ୍କୁ ସିଧାସଳଖ ୨୧-୧୩, ୨୧-୧୬ ସେଟ୍ରେ ପରାସ୍ତ କରିଥିଲେ। ମ୍ୟାଚ୍ର ପ୍ରଥମ ଗେମ୍ରେ ଲକ୍ଷ୍ୟ ଆଧିପତ୍ୟ ବିସ୍ତାର କରି ଖେଳିବା ସହ ଆରମ୍ଭରୁ ଆଗୁଆ ରହିଥିଲେ। ଲି ପେଙ୍ଗ୍ ମଧ୍ୟ ପ୍ରତିଆକ୍ରମଣ କରିଥିଲେ ବି ୨୧-୧୩ରେ ହାରିଯାଇଥିଲେ। ଦ୍ବିତୀୟ ଗେମ୍ଟିରେ ଅଧିକ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ତେବେ ନିଜର ଆକ୍ରାମକ ଖେଳ ଜାରି ରଖି ଲକ୍ଷ୍ୟ ଏହାକୁ ୨୧-୧୬ରେ ଜିତି ମ୍ୟାଚ୍କୁ ହାତେଇନେଇଥିଲେ। ଏହି ବିଜୟ ସହ ଲକ୍ଷ୍ୟ ୨୦୨୫ ସଂସ୍କରଣର କ୍ବାର୍ଟର ଫାଇନାଲ୍ରେ ଲି ପେଙ୍ଗ୍ଙ୍କଠାରୁ ହୋଇଥିବା ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/lakhya-sen-2026-03-07-15-23-00.jpg)