କନକ ବ୍ୟୁରୋ : ରତ୍ନଭଣ୍ଡାର ଭିତରେ ଖାଲି ପଡିଥିବା ସିନ୍ଦୁକ ଓ ଆଲମିରାଗୁଡିକ ସ୍ଥାନାନ୍ତର ହୋଇଛି । ପ୍ରଥମେ ବାହାର ରତ୍ନଭଣ୍ଡାରରେ ଥିବା ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ହୋଇଥିଲା । ସେଗୁଡିକ ନିଳାଦ୍ରୀବିହାର ନିକଟସ୍ଥ ମ୍ୟୁଜିୟମରେ ରଖାଯାଇଛି । ରତ୍ନଭଣ୍ଡାର ଦ୍ୱାର କାଟି ଲୁହା ସିନ୍ଦୁକଗୁଡିକୁ ସ୍ଥାନାନ୍ତର କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ସିନ୍ଦୁକ ଓ ଆଲମିରାଗୁଡିକୁ ସ୍ଥାନାନ୍ତର କରାଯାଇଛି । ଏବେ ଏଏସଆଇ ତରଫରୁ ଏହାର ସ୍କାନିଂ ଓ ଜିଓଫିଜିକାଲ ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଏସବୁ କାର୍ଯ୍ୟ ସରିବା ପରେ ରତ୍ନଭଣ୍ଡାରର ମରାମତି ହେବ । ରତ୍ନଭଣ୍ଡାର ମରାମତି ସରିବା ପୁଣିଥରେ ରତ୍ନଭଣ୍ଡାରରୁ ସ୍ଥାନାନ୍ତର ହୋଇଥିବା ସାମଗ୍ରୀ ରତ୍ନଭଣ୍ଡାର ଭିତରେ ରଖାଯିବ । 

Advertisment