କନକ ବ୍ୟୁରୋ : ହଇଜା ପାଇଁ ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ । ମୁଖ୍ୟ ଶାସନ ସଚିବଙ୍କ ସହ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଆଯାଇଛି ନିଷ୍ପତ୍ତି । ହଇଜାରେ କେବଳ ୫ ନୁହେଁ, ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ କୁହାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । ଯେଉଁ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି, ସେମାନଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖିବାକୁ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଶୋଧନ ପ୍ରକିୟା ଜାରି ରହିବ , ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବେ । ଏହାସହ ପ୍ରତ୍ୟେକ ଦିନ ରାଜ୍ୟସ୍ତରୀୟ ସମୀକ୍ଷା ହେବ । ବିଭିନ୍ନ ଜିଲ୍ଲାରେ କେନ୍ଦ୍ରୀୟ ଟିମ ଗ୍ରାଉଣ୍ଡରେ ଅଛନ୍ତି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହିତ ସରକାର ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । 

Advertisment

୫ ନୁହେଁ, ସବୁ ଜିଲ୍ଲା ଆଲର୍ଟ ରହିବାକୁ ନିର୍ଦ୍ଦେଶ
ପ୍ରତିଦିନ ରାଜ୍ୟସ୍ତରୀୟ ସମୀକ୍ଷା ହେବ
ରୋଗୀଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖାଯାଇଛି
ଗ୍ରାଉଣ୍ଡରେ କେନ୍ଦ୍ରୀୟ ଟିମ୍ ଅଛନ୍ତି
ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହ ଆଲୋଚନା କରିବେ ରାଜ୍ୟ ସରକାର
ଯେତିକି ପରୀକ୍ଷା ହୋଇଥିଲା, ସେଥିରୁ ୧୦% କଲେରା